Latest Odisha News

ରାମାୟଣରେ ବର୍ଣ୍ଣିତ ଏହିସବୁ ସ୍ଥାନ ବର୍ତ୍ତମାନ କେଉଁଠି, ଜାଣନ୍ତୁ

ଅଯୋଧ୍ୟା: ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଉତ୍ତରପ୍ରଦେଶ ଅଯୋଧ୍ୟା ମାଟିରେ ଜନ୍ମଗ୍ରହଣ କରିଥିଲେ । ଦୁଇଦିନ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି କଥାକୁ ସ୍ୱୀକାର କରି ଦୀର୍ଘ ବର୍ଷରୁ ଲାଗିରହିଥିବା ଅଯୋଧ୍ୟା ଜମି ବିବାଦର ଅନ୍ତ ଘଟାଇ ଏଠାରେ ରାମ ମନ୍ଦିରର ନିର୍ମାଣ ଲାଗି ଅନୁମତି ପ୍ରଦାନ କରିଛନ୍ତି ।

ତେବେ ହିନ୍ଦୁ ପୁରାଣ ଅନୁସାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗରେ ପବିତ୍ର ଭାରତଭୂମିର ଅଯୋଧ୍ୟା ଠାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଏହିଠାରେ ହିଁ ଲୀଳାଖେଳା କରିଥିଲେ। ତେବେ ଖାଲି ଅଯୋଧ୍ୟା ନୁହେଁ ରାମାୟଣରେ ବର୍ଣ୍ଣିତ ଅନ୍ୟ କିଛି ସ୍ଥାନ ସମ୍ପର୍କରେ ଆସନ୍ତୁ ଜାଣିବା…

ପ୍ରୟାଗ:

ଉତ୍ତରପ୍ରଦେଶ ଏକ ସହର ପ୍ରୟାଗରାଜ ଯାହାର ପୂର୍ବ ନାମ ଥିଲା ଆଲ୍ହାବାଦ୍ । ଏହି ସହରର ପାଖରେ ରହିଛି ପ୍ରୟୋଗ । ରାମାୟଣ ଅନୁସାରେ ରାମ , ଲକ୍ଷ୍ମଣ ଏବଂ ସୀତା ଯେତେବେଳେ ୧୪ ବର୍ଷ ବନବାସ ଯିବା ପାଇଁ ଅଯୋଧ୍ୟାରୁ ବାହାରିଲେ ପ୍ରଥମ ଥର ପାଇଁ ଏହି ସ୍ଥାନରେ ବିଶ୍ରାମ ନେଇଥିଲେ ।

ଚିତ୍ରକୁଟ:

ପୁରାଣ ଅନୁଯାୟୀ ଏହି ସ୍ଥାନରେ ଭରତ ଆସି ରାମଚନ୍ଦ୍ରଙ୍କୁ ଭେଟି ବନବାସରୁ ଲେଉଟି ରାଜ୍ୟକୁ ଯିବା ପାଇଁ ରାମଙ୍କୁ ଅନୁରୋଧ କରିଥିଲେ । ମଧ୍ୟପ୍ରଦେଶଠାରେ ରହିଛି ଏହି ସ୍ଥାନ । ଚିତ୍ରକୁଟ ପାଖରେ ଅଛି ରାମ ଘାଟ ଯେଉଁଠି ପ୍ରଭୁ ରାମଚନ୍ଦ୍ର ସ୍ନାନ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି ।

ଦଣ୍ଡକାରଣ୍ୟ:

ଛତିଶଗଡ଼ ଠାରେ ଅବସ୍ଥିତ ଏହି ସ୍ଥାନ ଯେଉଁଠି ଲକ୍ଷ୍ମଣ ରାବଣର ଭଉଣି ସୁପଣେଖାର ନାକ କାଟିଥିଲେ ।

ପଞ୍ଚବାଟି:

ଏହି ସ୍ଥାନରୁ ରାବଣ ମାତା ସୀତାଙ୍କୁ ହରଣ କରିଥିଲେ ।

ଲେପାକ୍ଷି:

ଆନ୍ଧ୍ର ପ୍ରଦେଶର ଏହି ସ୍ଥାନରେ ରାବଣ ସହ ଜଟାୟୁର ଯୁଦ୍ଧ ହୋଇଥିବା ପୁରାଣରେ ବର୍ଣ୍ଣିତ

କିସ୍କିନ୍ଦା:

ଆଜିର କର୍ଣ୍ଣାଟକର ହାମ୍ପି ସହର ରାମାୟଣର କିସ୍କିନ୍ଦା ରାଜ୍ୟ ବୋଲି ପ୍ରମାଣିତ ହୋଇସାରିଛି । ଏହି ଠାରେ ହନୁମାନ ଏବଂ ପ୍ରଭୁ ଶ୍ରୀରାମଙ୍କର ମିଳନ ହୋଇଥିଲା । ଏହା ଥିଲା ବାନର ରାଜା ବାଳି ଓ ସୁଗ୍ରିବଙ୍କର ରାଜ୍ୟ।

ରାମସେତୁ:

ତାମିଲନାଡୁର ରାମେଶ୍ୱରମ ଠାରେ ରାମଚନ୍ଦ୍ର ଲଙ୍କାକୁ ଯିବା ପାଇଁ ସମୁଦ୍ରରେ ସେତୁ ବାନ୍ଧିଥିଲେ । ଯାହାକୁ ଏବେ ଆଉଥରେ ଆବିଷ୍କାର କରାଯାଇଛି ।

ଉଷାଙ୍ଗୋଦା:

ଏହି ଠାରେ ରାବଣ ତାର ପୁଷ୍ପକ ବିମାନକୁ ରଖୁଥିଲା । ଏହି ସ୍ଥାନ ଶ୍ରୀଲଙ୍କାରେ ଅବସ୍ଥିତ ।

ଅଶୋକ ବାଟିକା:

ଶ୍ରୀଲଙ୍କାରେ ଅବସ୍ଥିତ ଏହି ସ୍ଥାନକୁ ଆଜି ଅଶୋକବନମ ବୋଲି କୁହାଯାଉଛି । ରାବଣ ଏହି ଠାରେ ସୀତାଙ୍କୁ ଚୋରାଇ ଆଣି ରଖିଥିଲେ।

 

Comments are closed.