Latest Odisha News

BREAKING NEWS

ଶୀତଦିନ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ବଡିଲୋସନ

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ଶୀତ ଲହର । ଧୀରେଧୀରେ ଶୀତ ବଢିବ ସହ ଶୀତଦିନ ସହ ଜଡିତ ସମସ୍ୟା ମାନ ମଧ୍ୟ ଆରମ୍ଭ ହେବାର ଲାଗେ।

ଶୀତଦିନେ ମୁଖ୍ୟ ସମସ୍ୟା ହେଉଛି ରୁକ୍ଷ ତ୍ୱଚା । ସାଧାରଣତଃ ଥଣ୍ଡା ପାଗରେ ତ୍ୱଚା ଶୁଷ୍କ ହୋଇଯାଏ । ଯାହାକୁ ମୁଲାୟମ ରଖିବା ପାଇଁ ଆମେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ବଡି ଲୋସନ ବ୍ୟବହାର କରିଥାଉ । ଯାହା ପର ମୁହୂର୍ତ୍ତରେ ଆମ ତ୍ୱଚାକୁ ଆହୁରି ଅଧିକ ଖରାପ କରିଦେଇଥାଏ। ତେବେ ଏସବୁ ବଦଳରେ ଆପଣ ଘରେ ପ୍ରାକୃତିକ ଉପାୟରେ ଲୋସନ ତିଆରି କରି ଲଗାଇପାରିବେ।

ଏଥିରେ ଆପଣଙ୍କ ତ୍ୱଚାକୁ କୌଣସି କ୍ଷତି ପହଞ୍ଚିବ ନାହିଁ, ବରଂ ତ୍ୱଚା ଅଧିକରୁ ଅଧିକ ମୁଲାୟମ୍‌ ହୋଇଯିବ। ଆସନ୍ତୁ ଜାଣିବା ଘରେ ଲୋସନ ପ୍ରସ୍ତୁତ କରିବାର ସହଜ ଉପାୟ।

ଆବଶ୍ୟକ ସାମଗ୍ରୀ
-ଗ୍ଲିସରିନ୍‌ ୧ ଚାମଚ
-ବାଦାମ ତେଲ ୧ ଚାମଚ
-ନଡ଼ିଆ ତେଲ ୧ ଚାମଚ
-ଗୋଲାପ ଜଳ ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ୧ ଚାମଚ ଲେଖାଏ ବାଦାମ ଏବଂ ନଡ଼ିଆ ତେଲ ନେଇ ଗରମ କରନ୍ତୁ। ପୁଣି ଏହାକୁ ଥଣ୍ଡା କରନ୍ତୁ। ଏଥିରେ ଗ୍ଲିସରିନ୍‌ ଏବଂ ଗୋଲାପ ଜଳ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏବେ ଆପଣଙ୍କ ଗ୍ଲିସରିନ୍‌ ଲୋଶନ ପ୍ରସ୍ତୁତ ହୋଇଗଲା। ଏହାକୁ ପ୍ରତିଦିନ ୨ ଥର ବ୍ୟବହାର କରନ୍ତୁ।

Leave A Reply

Your email address will not be published.