Latest Odisha News

BREAKING NEWS

ଯୁକ୍ତ ୨ ଅବଶିଷ୍ଟ ପରୀକ୍ଷା ପ୍ରସଙ୍ଗ: ଆଜି ଚୂଡ଼ାନ୍ତ ନିଷ୍ପତ୍ତି !

ଭୁବନେଶ୍ୱର: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ର ବାକି ରହିଯାଇଥିବା ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।  କେନ୍ଦ୍ର ସରକାର ଜାରି କରଥିବା ନୁଆ ଗାଇଡ ଲାଇନ୍‌ରେ ସ୍କୁଲ, କଲେଜ ଆସନ୍‌ା ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ରାଜ୍ୟରେ କଲେଜ ଖୋଲି ପରୀକ୍ଷା କରାଇବା ଏକ ପ୍ରକାର ଅନିଶ୍ଚିତତା ଘେରକୁ ଚାଲିଯାଇଛି । କାରଣ ଏବେବି ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ୩୩ଟି ବିଷୟରେ ପରୀକ୍ଷା ବାକି ରହିଛି ।

ଯୁକ୍ତ ୨ର ବାକି ରହିଯାଇଥିବା ପରୀକ୍ଷା ନେଇ ସୋମବାର ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରରେ ଏକ ସମୀକ୍ଷା ବୈଠକ ହୋଇଥିଲା ।  ପରୀକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମଧ୍ୟ ବିଭାଗ ପକ୍ଷରୁ ମତାମତ ଲୋଡାଯାଇଥିଲା । ତେବେ ପରୀକ୍ଷା ନେଇ ବିଭାଗସ୍ତରରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିବା ବେଳେ ମଙ୍ଗଳବାର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

+୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ଶ୍ରୀ ସାହୁ କହିଛନ୍ତି ଯେ, ଚଳିତବର୍ଷ ମୋଟ୍ ୩ଲକ୍ଷ ୫୦ହଜାର ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁଯାୟୀ ୨୪ଲକ୍ଷ ୬୫ହଜାର ଉତ୍ତରଖାତା ମୂଲ୍ୟାଙ୍କନ କରାଯିବ । ତେଣୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ଉତ୍ତରଖାତା ଦେଖିବା ଲାଗି ୧୫ହଜାର ୩୫୦ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିୟୋଜିତ କରାଯାଇଛି । ଖାତାଦେଖା ଲାଗି ୫୮ଟି ଅଫ୍‌ଲାଇନ୍ ଏବଂ ୩୮ଟି ଇ-ମୂଲ୍ୟାୟନ କେନ୍ଦ୍ର ଲାଗି ସ୍ଥିର କରାଯାଇଥିବା ବେଳେ ଚଳିତବର୍ଷ ବିଳମ୍ବ ହୋଇଥିବାରୁ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇଁ ଅତିରିକ୍ତ ୧୫ଟି ଅଫ୍‌ଲାଇନ୍ ମୂଲ୍ୟାୟନ କେନ୍ଦ୍ର କରାଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ଯେଉଁ ସବୁ ପରୀକ୍ଷା ହୋଇଛି ସେବସବୁ ମୂଲ୍ୟାୟନ ମଧ୍ୟ ଶେଷ ହୋଇନାହିଁ । ଜୁନ୍‌ରେ ଅନ୍‌ଲାଇନ୍ ମୁଲ୍ୟାୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨ଟି ସିଟିଂରେ ମୁଲ୍ୟାନ କରିବାକୁ ମଧ୍ୟ ନିଷ୍‌ପତ୍ତି ହୋଇଥିଲା । ଏପରିକି ଯେଉଁ ବିଷୟ ସର୍ବାଧିକ ୫୦ମାର୍କ ବିଶିଷ୍ଟ ରହିବ ସେହି ବିଷୟରେ ଜଣେ ମୁଲ୍ୟାୟନକାରୀ ସର୍ବାଧିକ ୨୦ଟି ଖାତା ଦୈନିକ ଦେଖିପାରିବେ ।

ସେହିପରି ସର୍ବାଧିକ ୧୦୦ମାର୍କ ବିଶିଷ୍ଟ ବିଷୟରେ ଜଣେ ମୁଲ୍ୟାୟନକାରୀ ଦୈନିକ ସର୍ବାଧିକ ୧୫ଟି ଖାତା ଦେଖିପାରିବେ ବୋଲି ନିର୍ଦ୍ଦେଶ ମଧ୍ୟ ରହିଥିଲା । ମୂଲ୍ୟାଙ୍କନ କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ସହ ପ୍ରତିଦିନ କେନ୍ଦ୍ରକୁ ସାନିଟାଇଜ କରିବା ଏବଂ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର ୧୧ଟି ଜିଲ୍ଲାରେ ସାପ୍ତାହିକ ୨ଦିନ ସଟଡାଉନ୍ ବ୍ୟବସ୍ଥା ଲାଗୁ ହେବା ପରେ ଏହି ଜିଲ୍ଲାଗୁଡିକରେ ଖାତାଦେଖାରେ ସମାନ୍ୟ ସମସ୍ୟା ଉପୁଜିଥିଲା । ମାର୍ଚ୍ଚ ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବଳକା ବିଷୟର ପରୀକ୍ଷା ହୋଇପାରିନି ।

କରୋନା ଲାଗି ଜାରି ହୋଇଥିବା ଲକ୍‌ଡାଉନ୍ ପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଛି । ବଳକା ଥିବା ପରୀକ୍ଷା ଜୁଲାଇ ୫ରୁ ଆରମ୍ଭ ହୋଇ ୧୫ତାରିଖ ମଧ୍ୟରେ ଶେଷ କରିବାକୁ ପୂର୍ବରୁ ନିଷ୍ପତ୍ତି ମଧ୍ୟ ହୋଇଥିଲା ।

Leave A Reply

Your email address will not be published.