Latest Odisha News

BREAKING NEWS

ଆସନ୍ତାକାଲିଠୁଁ +୨ ପରୀକ୍ଷା ଆରମ୍ଭ; ୧୧୪୩ଟି କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ୮୦୦ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କଳା, ବାଣିଜ୍ୟ, ବିଜ୍ଞାନ ତଥା ଧନ୍ଦାମୂଳକ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୁକ୍ତଦୁଇ ପରୀକ୍ଷା ଦେବେ । ଚଳିତବର୍ଷ ରାଜ୍ୟର ୨୦୪୧ ଟି ଜୁନିୟର କଲେଜରୁ ମୋଟ୍ ୩ଲକ୍ଷ ୫୦ହଜାର ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିରୁ କଳାରେ ୨,୨୦୪୩୭ଜଣ, ବିଜ୍ଞାନରେ ୯୭,୫୪୬ ଜଣ, ବାଣିଜ୍ୟରେ ୨୫,୭୮୫ ଏବଂ ଧନ୍ଦାମୂଳକରେ ୭,୦୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ସବୁଠାରୁ ବଡ଼କଥା ହେଲା, ଗତବର୍ଷ ପରୀକ୍ଷାରେ ଯେଉଁ କେନ୍ଦ୍ରଗୁଡିକରେ କପି ଧରାଯାଇଥିଲା ସେହି ପରୀକ୍ଷା କେନ୍ଦ୍ରକୁ ଚଳିତବର୍ଷ ତାଲିକାରୁ ବାଦ ଦିଆଯାଇଛି । ପ୍ରଶ୍ନପତ୍ର ଲାଗି ୨୦୨ଟି ହବ୍ କେନ୍ଦ୍ର ହୋଇଥିବା ବେଳେ ଚଳିତବର୍ଷ ମୋଟ ୧୧୪୩ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ସେଥିରୁ ୧୦୯୦ଟି ଜେନେରାଲ କଲେଜ, ୧୧ଟିି ଜୁନିୟର, ୨୫ଟି ସେକେଣ୍ଡାୀରୀ ସ୍କୁଲ ଏବଂ ୧୦ଟି ଏକଲବ୍ୟ ମଡେଲ ସ୍କୁଲ ରହିଛି ।

ଚଳିତବର୍ଷ ସବୁ ଥିଓରୀ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ସେହିପରି ସକାଳ ୯ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବେ । ସମସ୍ତ ପରିକ୍ଷାର୍ଥୀ ୯ଟା ୩୦ରେ ପରୀକ୍ଷାକେନ୍ଦ୍ରକୁ ପ୍ରବେଶ କରିବେ । ୯ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ତେବେ ଥିଓରୀ ପରୀକ୍ଷାରେ ୧୦୦ମାର୍କ ବିଷୟ ଲାଗି ୩ଘଣ୍ଟା ସମେତ ଉଭୟ ୭୦ ଏବଂ ୬୦ମାର୍କ ବିଷୟ ଲାଗି ମଧ୍ୟ ୩ଘଣ୍ଟା ଧାର୍ଯ୍ୟ ହୋଇଛି ।

ସେହିପରି ୫୦ମାର୍କ ଲାଗି ଅଢ଼େଇ ଘଣ୍ଟା ଏବଂ ୪୦ମାର୍କ ବିଷୟ ଲାଗି ୨ଘଣ୍ଟା ପରୀକ୍ଷା ହେବ । ପ୍ରାକ୍ଟିକାଲ ପରୀକ୍ଷାରେ ୧୦୦ମାର୍କ ପାଇଁ ୩ଘଣ୍ଟା ରହିଥିବା ବେଳେ ୬୦ ଏବଂ ୩୦ମାର୍କ ପରୀକ୍ଷା ଲାଗି ୩ଘଣ୍ଟା ଧାର୍ଯ୍ୟ କରାଯାଇଛି । ପ୍ରଶ୍ନପତ୍ର ଲାଗି ୨୦୨ଟି ହବ୍ କେନ୍ଦ୍ର କରାଯିବ ।

Leave A Reply

Your email address will not be published.