Latest Odisha News

BREAKING NEWS

ବାଇକକୁ ପିଟିଲା ଟ୍ରକ୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଘଟେଶ୍ୱର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବାବେଳେ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍ୱାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଅଛନ୍ତି । ମୃତକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କୁଇମୁଣ୍ଡା ଗାଁର ବାସୁଦେବ ବେମାଲ ।

ମିଳିଥିବା ସୂଚନା ଅନୁସାରେ, ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ଘଟେଶ୍ୱର ଗାଁରୁ ବାଇକ ଯୋଗେ ନିଜ ଗାଁକୁ ଫେରୁଥିଲେ । ଜାତୀୟ ରାଜପଥରେ ଯାଉଥିବା ଏକ ମାଲବାହୀ ଟ୍ରକ ବାଇକ ଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇଥିଲା ଓ ଉପାସୀଙ୍କୁ ଗୁରୁତର ଅବସ୍ଥାରେ କୋମନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Leave A Reply

Your email address will not be published.