Latest Odisha News

BREAKING NEWS

ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମୋଦିଙ୍କ ସହାୟତା ଘୋଷଣା 

ନୂଆଦିଲ୍ଲୀ: ଓଡିଶାର କୋରାପୁଟ ଭ୍ୟାନ୍ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଘୋଷଣା । ମୋଦୀ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାସିଆ ଘୋଷଣା କରିଛନ୍ତି । ମୋଦି ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଗତକାଲି କୋରାପୁଟ ମୂର୍ତ୍ତାହାଣ୍ଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ପିକ୍ ଅପ୍ ଭ୍ୟାନ୍ ଓଲଟି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଦଶାହ କାର୍ଯ୍ୟ ସାରି ସିନ୍ଧି ଗାଁରୁ ଫେରିବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ପିକ୍ ଅପ୍ ଭ୍ୟାନ୍ । ସମସ୍ତ ମୃତକ ଓ ଆହତ ଛତିଶଗଡ଼ ଜଗଦଲପୁରର ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.