Latest Odisha News

BREAKING NEWS

ରାଜ୍ୟରେ ଅଧିକ ଶାଣିତ ହେବ ବିପର୍ଯ୍ୟୟ ପରିଚାଳନା ଦକ୍ଷତା

ଭୁବନେଶ୍ବର : ରାଜ୍ୟରେ ବ୍ୟାପକ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା । ତୃଣମୂଳସ୍ତରରେ ଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ପ୍ରତିନିଧି ଓ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରାଯିବ ।

ଅଗ୍ନି ବିପର୍ଯ୍ୟୟ, ମହାମାରୀ, ରସାୟନ ବିପର୍ଯ୍ୟୟ, ଶିଳ୍ପ ବିପର୍ଯ୍ୟୟ କ୍ଷେତ୍ରରେ ଓସଡମାର ଦକ୍ଷତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ସମୁଦ୍ର ଜୁଆର ରୋକିବା ପାଇଁ ଲୁଣାଘେରିରେ ଥିବା ବିଭିନ୍ନ ଶୂନ୍ୟସ୍ଥାନ ଚିହ୍ନଟ କରି ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ବହୁମୁଖୀ ଆଶ୍ରୟସ୍ଥଳୀକୁ ଯୋଗାଇ ଦିଆଯାଇଥିବା ଉଦ୍ଧାର ଓ ଜରୁରୀକାଳୀନ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ପାଇଁ ନିକଟସ୍ଥ ଅଗ୍ନିଶମ ସଂସ୍ଥାରେ ଏହାକୁ ମହଜୁଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହାସହ ବିପର୍ଯ୍ୟୟ ନଥିବା ସମୟରେ ଯନ୍ତ୍ରପାତିର ନିୟମିତ ଯାଞ୍ଚ କରି ଏହାକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବା ସହ ବିପର୍ଯ୍ୟୟର ସୂଚନା ମିଳିବା ମାତ୍ରେ ଆଶ୍ରୟସ୍ଥଳରେ ପହଞ୍ଚାଇବାକୁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.