Latest Odisha News

ତ୍ରିରଙ୍ଗା ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ମନେ ପକାଇ ସଲାମ୍ କରିଛନ୍ତି।

ତ୍ରିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତ୍ରିରଙ୍ଗା ସମ୍ପର୍କରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି ଯେ, ଇତିହାସରେ ଜୁଲାଇ ୨୨ର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି, ୧୯୪୭ର ଆଜିର ଦିନରେ ଭାରତ ଜାତୀୟ ପତାକା ଆପଣାଇଥିଲା।

“ଚଳିତ ବର୍ଷ ଆମେ ଯେତେବେଳେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଛୁ, ଆସନ୍ତୁ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନକୁ ମଜବୁତ କରିବା । ଅଗଷ୍ଟ ୧୩ ଓ ୧୫ ମଧ୍ୟରେ ନିଜ ଘରେ ତିରଙ୍ଗା ଉତ୍ତୋଳନ କରନ୍ତୁ ବା ପ୍ରଦର୍ଶିତ କରନ୍ତୁ । ଏହି ଆନ୍ଦୋଳନ ଜାତୀୟ ପତାକା ସହ ଆମ ସମ୍ପର୍କକୁ ମଜବୁତ କରିବ ।”

“ଆଜି ଆମେ ଔପନିବେଶିକ ଶାସନ ବିରୋଧରେ ଲଢେଇ ବେଳେ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କର ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିବା । ସେମାନଙ୍କ କଳ୍ପନା ପୂରଣ କରିବା ସହ ସ୍ୱପ୍ନର ଭାରତ ଗଢିବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇବା” ବୋଲି ବ୍ଯକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.