Latest Odisha News

BREAKING NEWS

ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକରେ ରାଉରକେଲା

ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ମାର୍ଟ ସିଟି ରାଉରକେଲା

ରାଉରକେଲା : ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ’ କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି ।

ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି “ସହରା ଳ ଲିଡରସିପ୍’ କାର୍ଯ୍ୟକ୍ରମରେ ରାଉରକେଲା ସ୍ମାର୍ଟ ସିଟି ଭାଗ ନେବାକୁ ନିମବିତ ହୋଇଛି ।

ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।

“ରାଉରକେଲା ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର କରି ଗଢ଼ି ତୋଳିବା ସହ ଶିଶୁ ଅନୁକୂଳ ସହର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଯେଉଁ ସୁଯୋଗ ମିଳିଛି ତାହା ଆମକୁ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିବ ।

ସମସ୍ତଙ୍କର ସହଯୋଗ ପାଇଁ ରାଉରକେଲାକୁ ଏଭଳି ସଫଳତା ମିଳିପାରିଛି”, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମଧ୍ୟ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

“ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ’ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ବିଶ୍ୱର ୩୦ଟି ସହର ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଚାଲିଥିବା ଶିଶୁ-ଅନୁକୂଳ ସହର ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା ।

ଏହି ପ୍ରସ୍ତାବଗୁଡ଼ିକୁ ବିଚାର କରି ରାଉରକେଲା ସମେତ ୧୦ଟି ସହରକୁ ଏହି ବିଶେଷ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଚୟନ କରାଯାଇଛି ।
ରାଉରକେଲା ସହରକୁ ସାନ ସାନ ପିଲା ଏବଂ ମା’ମାନଙ୍କୁ ଏକ ଆନନ୍ଦମୟ ପରିବେଶ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ତା ଛଡ଼ା ଜନଜାତି ଏବଂ ରାଉରକେଲା ସହରରେ ବସବାସ କରୁଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସ୍ମାର୍ଟ ସିଟି ରାଉରକେଲା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

ରାଉରକେଲା ସହରରେ “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଧୀନରେ ପିଲାମାନଙ୍କ ପାଇଁ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଛି । ସେହିପରି ଖେଳପଡ଼ିଆ ଏବଂ ରାସ୍ତାଗୁଡ଼ିକର ବିକାଶ ସହିତ ସ୍ମାର୍ଟ ପାର୍କ ର୍ନିମାଣ କରାଯାଉଛି ।

ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ମା’ମାନେ ସେମାନଙ୍କ ଶିଶୁକୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବା ପାଇଁ ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ତନ୍ୟପାନ କକ୍ଷ କରାଯାଇଛି । ଜନସାଧାରଣଙ୍କ ସୁବିଧା ପାଇଁ ଫୁଟପାଥ୍ ସହିତ ବିଭିନ୍ନ ରାସ୍ତାଗୁଡ଼ିକର ଆଲୋକୀକରଣ କରାଯାଉଛି ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରା ଳ ବ୍ୟାପାର ମବାଳୟ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ର୍ଲି ଫାଉଣ୍ଡେସନ ଏବଂ ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ, ସ୍ମାର୍ଟ ସିଟି ମିଶନ ସହଯୋଗରେ ସ୍ମାର୍ଟ ସିଟି ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ଗତ କିଛି ମାସ ତଳେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରା ଳ ବ୍ୟାପାର ମବାଳୟ ଅଧୀନରେ ଚାଲିଥିବା “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଥିଲା ।

 

Leave A Reply

Your email address will not be published.