Latest Odisha News

BREAKING NEWS

ଆତଙ୍କ ଖେଳାଉଛି ଲାଲବାହିନୀ, ଗନ୍ଧମାର୍ଦ୍ଦନରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ

ବଲାଙ୍ଗିର: ଗନ୍ଧମାର୍ଦ୍ଦନରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ଭାନୁପୁର ପଞ୍ଚାୟତ ହନୁପାଲି ଗାଁ ଜଙ୍ଗଲରେ ଜାରି ରହିଛି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ନେଇ ଖବର ପାଇବା ପରେ କମ୍ବିଂ ଅପରେସନ ଜାରି ରଖିଛି ସୁରକ୍ଷାକର୍ମୀ ।

ସୂଚନା ଯୋଗ୍ୟ, ଧିରେ ଧିରେ ରାଜ୍ୟ ମୁହାଁ ହେଉଛନ୍ତି ଲାଲବାହିନୀ । ଗତ ମଙ୍ଗଳବାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ ।

ସେହିପରି ଗତ ଶନିବାର ଛତିଶଗଡ଼ର ବୀଜାପୁର ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଜଣ ମାଓବାଦୀ ନିହତ ହୋଇଥିଲେ। ଛତିଶଗଡ଼ର ଟୋଡକା ଗ୍ରାମ ପାଖରେ ଥିବା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଓବାଦୀ ସଂଗଠନର ଆଠଜଣ ସଦସ୍ୟ ନିହତ ହୋଇଥିଲେ। ଉକ୍ତ ୮ଜଣଙ୍କ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।

Comments are closed.