Latest Odisha News

BREAKING NEWS

ସମ୍ବଲପୁର ମାଟିରେ ପ୍ରଣବ; କହିଲେ, ‘ବାପାଙ୍କର କର୍ମଭୁମି ଥିବାରୁ ଆଜି ମୋ ଘରେ ଠିଆ ହେବା ପରି ଲାଗୁଛି’

ସମ୍ବଲପୁର: ସମ୍ବଲପୁର ଲୋକ ସଭା ଆସନରୁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିରୁ ଟିକେଟ୍ ମିଳିବା ପରେ ସମ୍ବଲପୁର ଗସ୍ତ କରିଛନ୍ତି । ସମର୍ଥକ ମାନଙ୍କ ସହ ଯାଇ ମାଆ ସମଲେଇଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ଏହି ଅବସରରେ ସମ୍ବଲପୁରବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଭାବବିହ୍ବଳ ହୋଇପଡିଛନ୍ତି ।

ସେ କହିଛନ୍ତି ଯେ, ‘ସମ୍ବଲପୁର ମାଟିକୁ ବିକଶିତ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋ କାନ୍ଧରେ ସମ୍ବଲପୁର ଭାର ଦେଇଛନ୍ତି । ସମ୍ବଲପୁର ମାଟି ସହ ଆମ ପରିବାରର ୬୦ ବର୍ଷର ସମ୍ପର୍କ । ବାପାଙ୍କର କର୍ମଭୁମି ଥିବାରୁ ମୁଁ ଆଜି ମୋ ଘରେ ରହିଥିବା ପରି ମନେ ହେଉଛି ।

ତେବେ ଚଳିତ ନିର୍ବାଚନରେ ସମ୍ବଲପୁରରେ ହେବ ଜୋରଦାର ଲଢେଇ । କାରଣ ଏଠାରେ ବିଜେପିର ସାଂସଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିକେଟ୍ ପାଇଥିବାବେଳେ, ଏଥର ବିଜେଡି ମଧ୍ୟ ଏହି ସମ୍ବଲପୁରରୁ ପ୍ରଣବଙ୍କୁ ସାଂସଦ ଟିକେଟ ଦେଇଥିବାରୁ ଏହି ଆସନ ଉପରେ ଏବେ ରାଜ୍ୟବାସୀଙ୍କ ନଜର ।

Leave A Reply

Your email address will not be published.