Latest Odisha News

BREAKING NEWS

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଓଡିଆଙ୍କ ହୃଦୟ ଜିତି ପୁଣି ନିଜ କର୍ମସ୍ଥଳୀକୁ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ଏୟାରପୋର୍ଟରୁ ସେ ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି । ୨ ଦିନ ପାଇଁ ସେ ଓଡିଶା ଗସ୍ତରେ ଆସିଥିଲେ । ପ୍ରଥମ ଦିନ ପୁରୀ ଓ ଦ୍ୱିତୀୟ ଦିନ ରାଜଧାନୀରେ କାଟିଥିଲେ ରାଷ୍ଟ୍ରପତି । ଗସ୍ତର ଦ୍ୱିତୀୟ ଦିନରେ ନିଜେ ପଢିଥିବା ସ୍କୁଲ ଓ ରହିଥିବା ହଷ୍ଟେଲ ବୁଲି ସ୍ମୃତି ସାଉଁଟିଥିଲେ ଦେଶର ପ୍ରଥମ ନାଗରିକ । ଆଉ ପିଲାଦିନର ସାଙ୍ଗମାନଙ୍କୁ ଭେଟି ଅନେକ ଖୁସି ଅନୁଭବ କରିଥିଲେ ।

BjdElectrycity

ଭୁବନେଶ୍ୱର ତପୋବନ ହାଇସ୍କୁଲ, ୟୁନିଟ ୨ ସ୍ଥିତ ଗାର୍ଲ୍ସ ହାଇସ୍କୁଲକୁ ଯାଇ ସ୍ମୃତିଚାରଣ କରିଥିଲେ ମାଡାମ ପ୍ରେସିଡେଣ୍ଟ  । ଯେଉଁଠି ସେ ୧୯୭୦ରୁ ୭୪ ଯାଏଁ ପାଠ ପଢିଥିଲେ, ସେଠି ତାଙ୍କୁ ମିଳିଥିଲା ଭବ୍ୟ ସ୍ୱାଗତ  । ତାଙ୍କୁ ପାଖରେ ପାଇ ପିଲାଦିନର ସାଙ୍ଗ ମାନେ ଓ ସ୍କୁଲର ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ । ସେଠାରୁ ଫେରି ଜୟଦେବ ଭବନରେ ସେ ଇଂଞ୍ଜିନିୟରିଂ ପାଇଁ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଲଞ୍ଚ୍ କରିଥିଲେ  । ଆଜି ହେଉଛି ଜାତୀୟ ଶିକ୍ଷା ଦିବସ । ଏଆଇସିଟିଇ ଦ୍ୱାରା ଓଡିଆରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହି ଗୁଡିକୁ ସେ ଲୋକର୍ପଣ କରାବେଳେ ରାଷ୍ଟ୍ରପତି ନିଜ ଭାଷଣରେ କହିଥିଲେ, ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ।

ବହି ଓ ପୋର୍ଟାଲ ଲଞ୍ଚ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଆଇସିଟିଇ ଚେୟାରମ୍ୟାନ ପ୍ରଫେସର ଏନ.ଜଗଦିଶ କୁମାର ଏବଂ ଶିକ୍ଷାବିତ୍ ଅବସର ବେଉରିଆ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.