Latest Odisha News

ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ; ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ ହେବ ‘ଆରଟିଓ’ କାର୍ଯ୍ୟାଳୟ

ଭୁବନେଶ୍ୱର: ‘ଆରଟିଓ’ କାର୍ଯ୍ୟାଳୟ ଗୁଡ଼ିକୁ ଦଲାଲ ମୁକ୍ତ କରିବା ପାଇଁ  କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଆରଟିଓ ମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ସହ ସଚେତନତା ଉପରେ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ, ‘ଆରଟିଓ’ କାର୍ଯ୍ୟାଳୟ ଗୁଡିକରେ ନାହିଁ ନଥିବା ଭିଡ଼ ଜମୁଛି । ଦଲାଲ ମାନେ ଏହାର ବେଶ୍ ଫାଇଦା ଉଠାଉଛନ୍ତି । ଏହାଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।

ତେବେ ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ଭିତରେ ‘ଆରଟିଓ’ କାର୍ଯ୍ୟାଳୟ ଗୁଡିକୁ ଦଲାଲ ମୁକ୍ତ କରିବାପାଇଁ  କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ, ରାଜ୍ୟର ସବୁ ଜିଲ୍ଲାର ‘ଆରଟିଓ’ କାର୍ଯ୍ୟାଳୟରେ ଦଲାଲଗିରିକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବ ବୋଲି ଡିଜିପି କହିଛନ୍ତି ।

ଆହୁରି ମଧ୍ୟ ଗାଡିର କାଗଜପତ୍ର ତଥା ଡ୍ରାଇଭିଂ ଲାଇସେନ୍ସ ଯେପରି ଲୋକେ ସୁବିଧାରେ ପାଇପାରିବେ ସେଥିପାଇଁ ‘ଆରଟିଓ’ ଅଫିସରେ ଅଧିକ କାଉଣ୍ଟର ଖୋଲିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.