Latest Odisha News

BREAKING NEWS

ସୋନିଆ ଓ ରାହୁଲଙ୍କ ଅନୁପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କଲେ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିିତ ହୋଇଛନ୍ତି। ତେଣୁ କଂଗ୍ରେସ ମୁଖ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ସସପେନ୍ସ ଜାରି ରହିଥିଲା। କାରଣ ସୋନିଆ କରୋନାରେ ସଂକ୍ରମିତ ହେବା ପରେ ରାହୁଲ ଗାନ୍ଧୀ ସଙ୍ଗୋରଧରେ ରହିଛନ୍ତି ଏବଂ ଦଳର ମହାସଚିବ ପ୍ରୟିଙ୍କା ଗାନ୍ଧୀ ନିଜେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ କିଏ ଜାତୀୟ ପତାକା ଉଡାଇବେ ସେ ନେଇ ସସପେନ୍ସ ବଢିଥିଲା।

ହେଲେ ବରିଷ୍ଠ ନେତ୍ରୀ ଅମ୍ବିକା ସୋନି ଏଆଇସିସି ମୁଖ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କୁହାଯାଉଥିଲା ଯେ କଂଗ୍ରେସ ନେତା ପବନ ବଂଶଲ ଜାତୀୟ ପତାକା ଉତ୍ତୋଳନ କରିବେ। ତାଙ୍କ ବ୍ୟତୀତ ଜି -୨୩ ନେତା ଗୁଲାମ ନବୀ ଆଜାଦଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଥିଲା।କଂଗ୍ରେସ ସିଡବ୍ଲ୍ୟସି ସଦସ୍ୟ ଏ.କେ ଆଣ୍ଟୋନିଙ୍କ ପରି ନେତାଙ୍କ ନାମ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ ଆଣ୍ଟୋନି ବର୍ତ୍ତମାନ କେରଳରେ ଅଛନ୍ତି। ୨୦୨୦ ମସିହାରେ ଯେତେବେଳେ ରାହୁଲ ଏବଂ ସୋନିଆ କଂଗ୍ରେସର ସ୍ଥାପନା ଦିବସରେ ଅନୁପସ୍ଥିତ ଥିଲେ, ଆଣ୍ଟୋନି ଦଳର ପତାକା ଉତ୍ତୋଳନ କରିଥିଲେ। ତେଣୁ ଏବେ ମଧ୍ୟ ତାଙ୍କ ନାଁ ଚର୍ଚ୍ଚା ହେଉଥିଲା।

ଏହା ବ୍ୟତୀତ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏପରି ପରିସ୍ଥିତିରେ ସୋନିଆଙ୍କ ଅନୁପସ୍ଥିତିରେ ଯେଉଁମାନେ ପତାକା ଉତ୍ତୋଳନ କରିପାରିଥାନ୍ତେ ସେମାନଙ୍କ ନାମ ଚୂ଼ଡାନ୍ତ କରିବା ପୂର୍ବରୁ ବାଦ ପଡିଥିଲା। ଏମାନଙ୍କ ବ୍ୟତୀତ ପବନ କୁମାର ବଂଶଲ କିମ୍ବା କେ.ସି ଭେନୁଗୋପାଲଙ୍କ ନାମ ଉପରେ ଚର୍ଚ୍ଚା ହେଉଥିଲା।

ସୋମବାର ନିଜେ ସୋନିଆ ଗାନ୍ଧୀ ଏକ ବାର୍ତ୍ତା ପ୍ରଦାନ କରି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହ ସେ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

Leave A Reply

Your email address will not be published.