Latest Odisha News

BREAKING NEWS

ସାଜିଦଙ୍କ ଅଡୁଆ ବଢ଼ିଲା, ସାଂଘାତିକ ଅଭିଯୋଗ ଆଣିଲେ ପ୍ରିୟା

ମୁମ୍ବାଇ: ନିର୍ଦ୍ଦେଶକ ସାଜିଦ ଖାଁଙ୍କ ଅଡୁଆ କମିବାର ନାମ ଧରୁନି । ଜଣଙ୍କ ପରେ ଜଣେ ମଡେଲ କିମ୍ବା ଅଭିନେତ୍ରୀ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବାରେ ଲାଗିଛନ୍ତି । ସୋମବାର ଦକ୍ଷିଣ ଭାରତ ଅଭିନେତ୍ରୀ ତଥା ମଡେଲ ଶୀଲା ପ୍ରିୟା ସେଠ ତାଙ୍କ ବିରୋଧରେ ସେକ୍ସୁଆଲ ହାରାଶମେଂଟ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ୨୦୦୮ରେ ଯେବେବେଳେ ମୁଁ ତାଙ୍କ ପାଖକୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମାଗିବାକୁ ଯାଇଥିଲି । ସେଠାରେ ତାଙ୍କ ବ୍ୟବହାର ମୋତେ ଭୟଭୀତ ଓ ଚକିତ କରି ଦେଇଥିଲା । ସେ ଏକା ଲୟରେ ମୋର ପ୍ରାଇଭେଟ ପାର୍ଟକୁ ଚାହିଁ ରହିଥିଲେ । ତା ପରେ କହିଥିଲେ ତୁମକୁ ଫିଲ୍ମରେ କାମ କରିବାକୁ ହେଲେ ବ୍ରେଷ୍ଟ ସର୍ଜରୀ କରିବାକୁ ପଡିବ । ଏତିକି ନୁହେଁ ସେ ମୋତେ ମସାଜ ଅୟଲ ବ୍ୟବହାର କରିବାକୁ କହିଥିଲେ । ଏହା ଶୁଣି ମୁଁ ଡରିକି ସେଠାରୁ ପଳାଇ ଆସିଥିଲି ।

୨୦୧୮ରେ ସାଜିଦଙ୍କ ବିରୋଧରେ ୧୦ଜଣ ମହିଳା ମି ଠୁ ମୁଭମେଂଟ ମାଧ୍ୟମରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଇଣ୍ଡିଆନ ଫିଲ୍ମ ଏବଂ ଟେଲିଭିଜନ ଆସୋସିଏଶନ ସାଜିଦଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରି ଦେଇଥିଲେ । ଏବେ ସେ ବିଗ ବସରେ ସାମିଲ ହେଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଜିଦଙ୍କୁ ଶୋରୁ ବାହାର କରିବା ପାଇଁ ଦାବୀ ଜୋର ଧରିଛି ।

Leave A Reply

Your email address will not be published.