Latest Odisha News

BREAKING NEWS

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି, ପୁଲିସ-ଗାଁ ଲୋକେ ମୁହାଁମୁହିଁ

ଜଗତସିଂହପୁର : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି ।  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଆଜି ଢ଼ିଙ୍କିଆରେ ୨ୟ ଥର ଆରମ୍ଭ ହୋଇଛି ଜନ ଶୁଣାଣି । ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଢ଼ିଙ୍କିଆ ପଂଚାୟତର  ଢ଼ିଙ୍କିଆ, ଗୋବିନ୍ଦପୁର, ମାହାଳ ଓ ପାଟଣା ଆଦି ଗ୍ରାମବାସୀଙ୍କ ସମେତ ଜଗତସିଂହପୁର ଜିଲ୍ଲାପାଳ ,ଏସ୍‌ପି ଓ ହାଇକୋର୍ଟଙ୍କ ଦ୍ଵାରା ଚୟନ କରାଯାଇଥିବା ପ୍ରତିନିଧି ମାନେ ଉପସ୍ଥିତ ରହିଛନ୍ତି ।

ପ୍ରକଳ୍ପକୁ ବିରୋଧ କରି ଗତ ଜାନୁଆରୀ ମାସରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏହାପରେ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ଏହି ଘଟଣାରେ ବହୁ ଆନ୍ଦୋଳନକାରୀ ଆହତ ହୋଇଥିଲେ । ପରେ ଏହାର ପ୍ରତିବାଦରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।

ହାଇକୋର୍ଟ  ମାମଲାରୁ ଶୁଣାଣି କରି  ଢ଼ିଙ୍କିଆରେ ପୂନର୍ବାର  ଜନ ଶୁଣାଣି କରି ଲୋକଙ୍କ ମତ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed, but trackbacks and pingbacks are open.