ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟରଙ୍କ ପରେ ଭାରତୀୟ ରେସଲରମାନେ କମାଲ ଦେଖାଇବା ଆରମ୍ଭ କରିଛନ୍ତି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଅଂଶୁ ମଲିକ ନିଜ ନିଜ ବିଭାଗର ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ୬୫ କିଗ୍ରା ବିଭାଗ ସେମିଫାଇନାଲରେ ବଜରଙ୍ଗ ଇଂଲଣ୍ଡର ଜର୍ଜ ର୍ୟାମଙ୍କୁ ୧୦-୦ରେ ପରାସ୍ତ କରିଥିଲେ । ସ୍ୱର୍ଣ୍ଣ ପଦକ ମୁକାବିଲାରେ ସେ କାନାଡାର ଲଚଲାନ ମ୍ୟାକନୀଲଙ୍କୁ ଭେଟିବେ । ମହିଳା ୬୨ କିଗ୍ରା ଫ୍ରି ଷ୍ଟାଇଲ ବିଭାଗରେ ସାକ୍ଷୀ କ୍ୟାମରେନୁର ବର୍ଥ ଏଟେନ ନଗୋଲେଙ୍କୁ ୧୦-୦ ଏକତରଫା ମୁକାବିଲାରେ ପରାସ୍ତ କରିଥିଲେ । ଫାଇନାଲରେ ସେ କାନାଡାର ଏନା ଗୋଡନେଜଙ୍କୁ ଭେଟିବେ । ମହିଳା ୫୭ କିଗ୍ରା ବିଭାଗରେ ଅଂଶୁ ଶ୍ରୀଲଙ୍କାର ନେଥମୀ ପୋରୁଥୋଟେଜୁଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମ ଘୋଷଣା କରାଯାଇ ନାହିଁ ।
କ୍ୱାର୍ଟରରେ ସିନ୍ଧୁ: ବ୍ୟାଡମିଂଟନର ମହିଳା ସିଙ୍ଗଲ୍ସ ବିଭାଗରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ସେ ୟୁଗାଣ୍ଡାର ହୁସିନା କୋବୁଗାବେଙ୍କୁ ୨୧-୧୦, ୨୧-୯ ସିଧାସଳଖ ଗେମରେ ପରାସ୍ତ କରିଥିଲେ ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.