ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟରଙ୍କ ପରେ ଭାରତୀୟ ରେସଲରମାନେ କମାଲ ଦେଖାଇବା ଆରମ୍ଭ କରିଛନ୍ତି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଅଂଶୁ ମଲିକ ନିଜ ନିଜ ବିଭାଗର ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ୬୫ କିଗ୍ରା ବିଭାଗ ସେମିଫାଇନାଲରେ ବଜରଙ୍ଗ ଇଂଲଣ୍ଡର ଜର୍ଜ ର୍ୟାମଙ୍କୁ ୧୦-୦ରେ ପରାସ୍ତ କରିଥିଲେ । ସ୍ୱର୍ଣ୍ଣ ପଦକ ମୁକାବିଲାରେ ସେ କାନାଡାର ଲଚଲାନ ମ୍ୟାକନୀଲଙ୍କୁ ଭେଟିବେ । ମହିଳା ୬୨ କିଗ୍ରା ଫ୍ରି ଷ୍ଟାଇଲ ବିଭାଗରେ ସାକ୍ଷୀ କ୍ୟାମରେନୁର ବର୍ଥ ଏଟେନ ନଗୋଲେଙ୍କୁ ୧୦-୦ ଏକତରଫା ମୁକାବିଲାରେ ପରାସ୍ତ କରିଥିଲେ । ଫାଇନାଲରେ ସେ କାନାଡାର ଏନା ଗୋଡନେଜଙ୍କୁ ଭେଟିବେ । ମହିଳା ୫୭ କିଗ୍ରା ବିଭାଗରେ ଅଂଶୁ ଶ୍ରୀଲଙ୍କାର ନେଥମୀ ପୋରୁଥୋଟେଜୁଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମ ଘୋଷଣା କରାଯାଇ ନାହିଁ ।
କ୍ୱାର୍ଟରରେ ସିନ୍ଧୁ: ବ୍ୟାଡମିଂଟନର ମହିଳା ସିଙ୍ଗଲ୍ସ ବିଭାଗରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ସେ ୟୁଗାଣ୍ଡାର ହୁସିନା କୋବୁଗାବେଙ୍କୁ ୨୧-୧୦, ୨୧-୯ ସିଧାସଳଖ ଗେମରେ ପରାସ୍ତ କରିଥିଲେ ।
BREAKING NEWS
- ନୀତୀଶଙ୍କ ସହ ମେଣ୍ଟରୁ ଭୁଲ୍ ଶିଖିଲା ବିଜେପି, ସହଯୋଗୀ କିପରି ହେବେ ତିଆରି କରୁଛି ରଣନୀତି ?
- ସୋନିଆ ଓ ରାହୁଲଙ୍କ ଅନୁପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କଲେ?
- ସ୍ବାଧୀନତା ସଂଗ୍ରାମୀ ଓ ଦେଶ ନିର୍ମାତାଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ବନ୍ୟା ବିବାଦ: ଓଡ଼ିଶାକୁ ଦାୟୀ କରିବା ପରେ ଛତିଶଗଡକୁ ଜବାବ ଦେଲେ ବିଜେଡି ବିଧାୟକ
- ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ: ସମୀର ମହାନ୍ତି
- ସ୍ୱାଧୀନତା ଦିବସ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ପୁଲିସ ପଦକ
- ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ କିର୍ତ୍ତୀ ଚକ୍ର , ଆକ୍ସେଲକୁ ମରଣୋତ୍ତର ବୀରତା ପୁରସ୍କାର
- ମହଙ୍ଗା ମାଡ଼ ଓ ବେରୋଜଗାର ବିରୋଧୀ ଅଭିଯାନ ପାଇଁ କଂଗ୍ରେସର ପ୍ରସ୍ତୁତି
- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ
- ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ମହିଳା ଗୋଷ୍ଠୀ