Latest Odisha News

କବିତା : ଅଷ୍ଟମ ଗର୍ଭର ଝିଅ

ମାନସ ରଞ୍ଜନ ମହାପାତ୍ର

ଅଷ୍ଟମ ଗର୍ଭରେ ଶୂନ୍ୟରୁ ମିଳିଥିବା ଝିଅ
ମିଳେଇଯାଏ ପବନରେ
ଅଜାଣତରେ ଦିଗବଳୟରେ

ସମଗ୍ର ଇତିହାସକୁ ବଞ୍ଚେଇରଖିବାକୁ
ସବୁକାଳେ ବଳିପଡନ୍ତି ଝିଅମାନେ
କେବେ ବଞ୍ଚେଇବାକୁ ଇଶ୍ଵର ତ କେବେ ରାଜମୁକୁଟ
ହଜିଯାଏ ଗୋଟେ କୋମଳ ସ୍ଵର
ଜୟଜୟକାର ନିନାଦରେ

ପରବର୍ତ୍ତୀ ସମୟ
ଲେଖିଚାଲିଥାଏ ଯୁଗାନ୍ତକାରୀ ଗ୍ରନ୍ଥସବୁ
ଯେ ଏଠି ବି ଥିଲା ଗୋଟେ ଝିଅ
ଯିଏ ବଞ୍ଚେଇବବୋଲି ଜଗତ
ହଜିଗଲା ଦିନେ ସକାଳରେ
କୃଷ୍ଣଟିଏ କହିବବୋଲି ମହାଭାରତ
କୁରୁକ୍ଷେତ୍ରରେ !

୯୮୯୧୯୪୬୧୭୮ , mrmahapatra@ yahoo.co.in

Leave A Reply

Your email address will not be published.