Latest Odisha News

BREAKING NEWS

ପୁରୀରେ ୨ ଦିନ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପୁରୀ: ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଆସିଥିବା ବନ୍ୟାରେ ପୁରୀ ଜିଲ୍ଲା ପୂରା ବେହାଲ୍ ହୋଇ ପଡ଼ିଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ । କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି । ବନ୍ୟା ସ୍ଥିତି ସଙ୍ଗୀନ ଥିବା ବେଳେ ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟକୁ ୨ ଦିନ ଛୁଟି ଘୋଷଣା କରିଛନ୍ତି ।

ପୁରୀ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ୧୭ ଓ ୧୮ ତାରିଖ ଦୁଇ ଦିନ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ କୋଣାର୍କ-ପିପିଲି-କାକଟପୁର ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଧନୁଆ ନଦୀରେ ବନ୍ୟା ଆସି ନିମାପଡ଼ା ବ୍ଲକର ୫ ପଞ୍ଚାୟତରେ ପାଣି ପଶିଛି । ପିପିଲି ଦୟା ନଦୀର ବନ୍ୟା ଜଳରେ ଏକାଧିକ ଗାଁ ଜଳବନ୍ଦୀ ହୋଇ ରହିଛନ୍ତି ।

Leave A Reply

Your email address will not be published.