Latest Odisha News

BREAKING NEWS

ବନ୍ୟାଞ୍ଚଳରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା, ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ

ଜଗତସିଂହପୁର: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ଜଗତସିଂହପୁର ଜିଲ୍ଲା ମହାନଦୀ ଅବବାହିକାରେ ଥିବା ରଘୁନାଥପୁର, କୋଟକଣା, ତିର୍ତ୍ତୋଲ, ଶଙ୍ଖେଶ୍ୱର, କାଠକୋଟ ଆଦି ଅଞ୍ଚଳର ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଘରେ ପାଣି ପଶି ଯାଇଥିବା ବେଳେ ଦୁଇଦିନ ହେବ ଲୋକେ ଘର ଛାଡ଼ି ନଈ ବନ୍ଧ ଏବଂ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ।

ମାତ୍ର ଆବଶ୍ୟକ ମୁତାବକ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ପାନୀୟ ଜଳ ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ତିର୍ତ୍ତୋଲକୁ ସଂଯୋଗ କରୁଥିବା ଶଙ୍ଖେଶ୍ୱର, କୋଲର, ଗରଦପୁର ଓ ପାଟକୁରା ଆଦି ମୁଖ୍ୟ ରାସ୍ତା ଉପରେ ପ୍ରାୟ ୫ ଫୁଟର ବନ୍ୟାଜଳ ଚାଲୁଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ପ୍ରତିବର୍ଷ ଏହି ରାସ୍ତାରେ ବନ୍ୟା ପାଣି ଚାଲୁଥିଲେ ମଧ୍ୟ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବଢ଼ି ପାଣି ଆସିବା ପରେ ଦୁଇ ଦିନ ଧରି ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ୧୯ରୁ ଆଉ ଏକ ଲଘୁଚାପ ସମ୍ଭାବନାକୁ ନେଇ ଆତଙ୍କିତ ନଈକୂଳିଆ ଓ ତଳି ଅଞ୍ଚଳର ଲୋକ ।

Leave A Reply

Your email address will not be published.