Latest Odisha News

BREAKING NEWS

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ: ପରିକ୍ରମା ପ୍ରକଳ୍ପ ଉଦ୍ଘଟାନ ସମ୍ପର୍କରେ ଜଣାଇଲେ

ପୁରୀ:ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଉଦ୍‌ଘାଟନର ମୁହୂର୍ତ୍ତ ପାଖେଇ ଆସୁଛି । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏ ନେଇ ଶ୍ରୀମନ୍ଦିର ମୁୃଖ୍ୟ ପ୍ରଶାସନ ଏବଂ ପରିଚାଳନା କିମିଟି ସଦସ୍ୟମାନେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ପରିକ୍ରମା ପ୍ରକଳ୍ପର ଉଦ୍ଘଟାନ ମହୋତ୍ସବ ପ୍ରସ୍ତୁତି ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କୁ ବିସ୍ତୁତ ଭାବେ ଜଣାଇଛନ୍ତି । ଏଥିସହିତ ଏ ସମ୍ପର୍କିତ ପରାମର୍ଶ ମଧ୍ୟ ଜଗଦଗୁରୁଙ୍କଠାରୁ ଆଣିଛନ୍ତି ।

ସୂଚନାଥାଉ କି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ କୌଣସି ମାମଲାରେ ଜଗଦଗୁରୁଙ୍କ ପରାମର୍ଶ ଶ୍ରୀମନ୍ଦିର ପ୍ରଶାସନ ନେଉ ନାହିଁ ବୋଲି ନିଜେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତଥା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କ୍ଷୋଭ ପ୍ରକାଶ କରି କହିଥିଲେ । ଏହି ଖବର ପ୍ରଚାର ହେବା ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଥିଲା  ଏବଂ   ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଜଗତଗୁରୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯିବ  ବୋଲି ସଫେଇ ଦେଇଥିଲେ   ଶ୍ରୀମନ୍ଦିର ମୁଖ୍ୟ ପଶାସକ ରଞ୍ଜନ ଦାସ  ।  ତାଙ୍କ ଉପସ୍ଥିତିରେ ହିଁ ସବୁ କାମ କରାଯିବ ବୋଲି କହିଥିଲେ ଶ୍ରୀ ଦାସ ।

ପରେ ଡିସେମ୍ବର ୨୨ ତାରିଖର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରି ଜଗତଗୁରୁଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିଲେ ।  ସେଠାରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ ।

Leave A Reply

Your email address will not be published.