Latest Odisha News

BREAKING NEWS

ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ, ସମ୍ୱଲପୁର ଏସପିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ତାଙ୍କ ସ୍ଥାନରେ ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ମିଳିଛି ନୂଆ ଦାୟିତ୍ୱ । ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସ ଭୂମିକାକୁ ପ୍ରଶ୍ନବାଚୀ ଉଠିବା ପରେ ବଦଳିଛନ୍ତି ଏସପି ।

ଗତକାଲି ଜଣେ ଯୁବକଙ୍କୁ ବାସେଳିସାହି ଥାନା ପୋଲିସ ଗିରଫ କରିବା ପରେ ହେପାଜତରେ ତାଙ୍କର ମୃତ୍ୟୁ ଅଭିଯୋଗ ହୋଇଥିଲା । ପୋଲିସ ଯୁବକଙ୍କୁ ଅତ୍ୟଧିକ ମାଡ଼ ମାରିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏପରିକି ମୃତଦେହକୁ ପୋଲିସ ପରିବାର ଲୋକଙ୍କୁ ନଦେଇ ତରବରିଆ ଭାବରେ ଶବ ସତ୍କାର କରିଥିବା ଅଭିଯୋଗ ହୋଇଛି ।

ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲାକୁ ନେଇ ସାରା ରାଜ୍ୟରୁ ଉଠିଲାଣି ବିରୋଧର ସ୍ୱର । ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିଧାନସଭାରେ ତମ୍ବି ତଫାନ । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକ କମିଶନ । ବିବାଦ ତେଜୁଥିବା ବେଳେ ବଦଳିଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂ ।

Leave A Reply

Your email address will not be published.