Latest Odisha News

ରୁଷିଆ-ୟୁକ୍ରେନ ଯୁଦ୍ଧରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ? ସାଉଦି ମାଟିରେ ଟ୍ରମ୍ପଙ୍କ ବଡ଼ ଗେମ୍‌ପ୍ଲାନ୍‌

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଯୁଦ୍ଧର ହେବ କି ଅନ୍ତ ? ସାଉଦି ଆରବରୁ ଆସିବ କି ଖୁସି ଖବର ? ଆମେରିକା-ସାଉଦିର ପ୍ରୟାସ ହେବ କି ସଫଳ ? ସାଉଦି ଆରବର ରିଆଦରେ ଥିବା ଦିରିୟାହ ପ୍ୟାଲେସର ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଉପରେ ଏବେ ସାରା ବିଶ୍ବର ନଜର । ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି, ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ । ଯେଉଁଥିରେ ସାମିଲ ହୋଇଛନ୍ତି, ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାର୍କୋ ରୁବିଓ, ରୁଷିଆର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭଙ୍କ ସମେତ ଉଭୟ ଦେଶର ଆଉ କିଛି ବଡ଼ ଅଧିକାରୀ ।

ଆମେରିକାରେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହା ଏମିତି ଏକ ବୈଠକ, ଯାହା ନିର୍ଦ୍ଧାରଣ କରିବ, ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିବ କି ନାହିଁ । କାରଣ ଏହି ଯୁଦ୍ଧରେ ବ୍ରେକ୍‌ ଲଗାଇବାକୁ ଟ୍ରମ୍ପ ନେଇଛନ୍ତି ସାଉଦି ଆରବର ସାହାରା । ୩ ବର୍ଷ ଧରି ରୁଷିଆ-ୟୁକ୍ରେନ ଭିତରେ ଯୁଦ୍ଧ ଜାରି ରହିଥିବାବେଳେ ପ୍ରଥମ କରି ସାଉଦି ମଧ୍ୟସ୍ଥତାରେ ଆମେରିକା ଓ ରୁଷିଆ ମଧ୍ୟ ଏଭଳି ଏକ ବୈଠକ ବସିଛି । ତେବେ ଏହି ବୈଠକରେ କିନ୍ତୁ ୟୁକ୍ରେନ୍‌କୁ ଜାଗା ମିଳିନି । ତେଣୁ ବୈଠକର ନିଷ୍କର୍ସ ବାହାରିବ କି ନାହିଁ, ଏବେ ତାକୁ ନେଇ ବି ବଡ଼ ସସ୍‌ପେନ୍ସ ।

ଆଜି ସାଉଦି ଆରବରେ ଆମେରିକା ଓ ରୁଷିଆ ମଧ୍ୟରେ ୟୁକ୍ରେନକୁ ନେଇ ଆଲୋଚନା ହୋଇଥିବାବେଳେ ଏହାର ଦିନକ ପୂର୍ବରୁ ଖୋଦ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି, ସାଉଦି ଗସ୍ତ କରିଥିଲେ । ଗୁରୁତ୍ବପୂର୍ଣ୍ଣ ଆଲୋଚନା ଯେଉଁଥିରେ ୟୁକ୍ରେନକୁ ସାମିଲ କରାଯାଇନି, ତାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସାଉଦି ଆରବ ଗସ୍ତକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି । ଅନେକଙ୍କ ମତରେ ୟୁକ୍ରେନ ନିଜର ମତାମତ ଜଣାଇବାକୁ ସାଉଦି ଗସ୍ତ କରିଥିଲେ । ତେବେ ସାଉଦିରେ ଚାଲିଥିବା ବୈଠକକୁ ନେଇ ଜେଲନସ୍କି କହିଛନ୍ତି ଯେ, ୟୁକ୍ରେନକୁ ନଜଣାଇ ଯେଉଁ ନିଷ୍ପତ୍ତ ନିଆଯିବ, ତାକୁ ସେ ଗ୍ରହଣ କରିବେନି ।

Comments are closed.