Latest Odisha News

BREAKING NEWS

ଇଡି ରେଡ୍ ପରେ ପ୍ରତିକ୍ରିୟା ରଖିଲେ ରାଜ କୁନ୍ଦ୍ରା, ପୋଷ୍ଟ ସେୟାର କରି କହିଲେ ଏପରି କିଛି…

ମୁମ୍ବାଇ: ଗୁରୁବାର ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଇଡି ପକ୍ଷରୁ ଏକ ବଡ଼ ଝଟକା ଲାଗିଛି । ମନି ଲଣ୍ଡ୍ରିଂ ମାମଲାରେ ଇଡି ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ ୯୭.୭୯ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି । ଜୁହୁରେ ତାଙ୍କର ଏକ ଫ୍ଲାଟ ମଧ୍ୟ ଅଛି ଯାହା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ନାମରେ ଅଛି ତାକୁ ମଧ୍ୟ ଇଡି ଜବତ କରିଛି ।

ଏହି ଘଟଣା ପରେ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବସାୟୀ ରାଜ କୁନ୍ଦ୍ରା ସିଂହ ଗର୍ଜନର ଏକ ଫୋଟୋ ସେୟାର କରିଛନ୍ତି । ଲେଖିଛନ୍ତି ଯେ, ଅପମାନିତ ହେବା ପରେ ଶାନ୍ତ ରହିବାକୁ ଏବଂ ସଫଳତା ହାସଲ କରିବାକୁ ନେଇ ଏପରି କିଛି ଲେଖିଛନ୍ତି । ଅନ୍ୟପକ୍ଷରେ, ଶିଳ୍ପା ସାଇ ବାବାଙ୍କ ଏକ ଫୋଟୋ ସେୟାର କରି ହ୍ୟାସଟ୍ୟାଗ ‘ସମର୍ପଣ’ ସହିତ ‘ଓମ୍ ସାଇ ରାମ’ ଲେଖିଛନ୍ତି ।

ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଓକିଲ ଦ୍ବାରା ଜାରି ବିବୃତ୍ତିରେ ଶିଳ୍ପା ଏବଂ ରାଜ ମତ ରିଖଛନ୍ତି ଯେ, ସେମାନେ ଏହି ମାମଲା ସହ ଜଡିତ ଅଧିକାରୀଙ୍କୁ ସମସ୍ତ ସତ୍ୟତା ଜଣାଇବେ ଏବଂ ଉଭୟ ସେମାନଙ୍କ ସହ ସହଯୋଗ କରିବାକୁ ପ୍ରସ୍ତୁତ । ଷ୍ଟାର ଦମ୍ପତି ମଧ୍ୟ ଏକ ନିରପେକ୍ଷ ତଦନ୍ତ ପାଇଁ ଆଶା ବ୍ୟକ୍ତ କରିଛନ୍ତି ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିଛନ୍ତି । ଏହା ଲେଖା ଅଛି, ‘ଆମେ ଆଇନର ଉଚିତ୍ ପ୍ରକ୍ରିୟା ଅନୁସରଣ କରିବୁ ଏବଂ ଆମର ଗ୍ରାହକଙ୍କ ସ୍ୱାଧୀନତା ଏବଂ ସମ୍ପତ୍ତି ପାଇଁ ଇଡି କୁ ସମ୍ପୂର୍ଣ୍ଣ ସତ୍ୟ କହିବୁ।’

ଅର୍ଥ ହେରଫେର ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲା ବିଟକଏନ୍ ସ୍କାମ ମାଧ୍ୟମରେ ନିବେଶକଙ୍କ ଟଙ୍କା ଠକେଇ ସହିତ ଜଡିତ ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ ରାଜ କୁନ୍ଦ୍ରା ୟୁକ୍ରେନରେ ବିଟକଏନ୍ ଖଣି ଫାର୍ମ ପ୍ରତିଷ୍ଠା କରିବା ପାଇଁ ଜେନ ବିଟକଏନ୍ ପୋଞ୍ଜି ସ୍କାମର ମାଷ୍ଟରମାଇଣ୍ଡ ତଥା ପ୍ରମୋଟର ଅମିତ ଭରଦ୍ୱାଜଙ୍କ ଠାରୁ ୨୮୫ ବିଟକଏନ୍ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.