Latest Odisha News

BREAKING NEWS

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ୨୬ଟି ରଥ ଦଉଡ଼ି

ପୁରୀ: ଜୁଲାଇ ୭ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥ ଦଉଡି । ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରୁଥିଲେ । ଏହି ଦଉଡି ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି ।

ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବା ବେଳେ ଆଉଟଡୋର, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡି ରହିଛି । ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ । ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ।

ସେପଟେ ଖୁବ ଶୀଘ୍ର ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ । ସେପଟେ କଟକ ଖପୁରିଆ କରତ କଳରେ ରଥ କାଠ ଚିରଟ ଆରମ୍ଭ ହୋଇଛି । ଆଗାମୀ ଅକ୍ଷୟ ତୃତୀୟା ରୁ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ ।

Leave A Reply

Your email address will not be published.