Latest Odisha News

BREAKING NEWS

ଆଜି କଳାହାଣ୍ଡି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର: ଆସିଯାଇଛି ନିର୍ବାଚନର ଋତୁ, ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତା ଓ ପ୍ରାର୍ଥୀ କେତେବେଳେ ଜନ ସମାବେଶର ଆୟୋଜନ କରୁଛନ୍ତି ଆଉ କେତେବେଳେ ଶୋଭାଯାତ୍ରାରେ ଲାଗି ପଡିଛନ୍ତି । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ହେବାକୁ ଯାଉଛି ତ୍ରିମୁଖି ଲଢେଇ । ଏହି ପରିପେକ୍ଷୀରେ କଳାହାଣ୍ଡି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ବିଜେପିର ପ୍ରଚାର ଓ ପ୍ରସାରକୁ ଶାଣିତ କରିବା ପାଇଁ ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରୀଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦଳୀୟ କର୍ମୀକୁ ଦେବେ ଗୁରୁମନ୍ତ୍ର।

ଗତକାଲି ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିଥିଲେ । ତେବେ ଆଗାମୀ ନିର୍ବାଚନକୁ ନଜରେ ରଖି କଳାହାଣ୍ଡିରେ ବିଜେପିର ନିର୍ବାଚନ ପ୍ରଚାର କରିବା ପାଇଁ ଆସୁଛନ୍ତି ରାଜନାଥ ସିଂ । କଳାହାଣ୍ଡି, ମାଲକାନଗିରି, କୋରାପୁଟ ସମେତ ପୁରୀରେ ଏସବୁ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଆଜି ଦିନ ୧୨ଟାରେ ରାଜନାଥ ହେଲିକ୍ୟାପଟର ଯୋଗେ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବେ । ପରେ ସେଠାରୁ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ନିର୍ବାଚନୀ ପ୍ରଚାର କରିବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ରାଜନାଥ ସିଂ । ଏନେଇ ଗତକାଲି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଚଳିତମାସ ୫ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ସଂକଳ୍ପ ପତ୍ରକୁ ଲୋକାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଓ ୯ ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତୀନ ଗଡ଼କରୀ, ଆସାମ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଆସନ୍ତା ନିର୍ବାଚନରେ ଜିଲ୍ଲାରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ହେବା ସହ କଳାହାଣ୍ଡି ଲୋକସଭାରେ ମଧ୍ୟ ବିଜେପି ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ରାଜ୍ୟ ବିଜେପି।

Leave A Reply

Your email address will not be published.