Latest Odisha News

BREAKING NEWS

ରାକ୍ଷୀଙ୍କ ପତି ଆଦିଲ ଗିରଫ

ମୁମ୍ବାଇ: ବଲିଉଡରେ ମାତ୍ରାଧିକ ଡ୍ରାମା ରଚୁଥିବା ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ ଖାନ ଦୁରାନୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି । ରାକ୍ଷୀଙ୍କ ଅଭିଯୋଗ କ୍ରମେ ଓସିସ୍ୱାରା ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ଗିରଫ କରାଯାଇଛି ତାହା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଏବେ କିଛି ଦିନ ହେବ ରାକ୍ଷୀ ତାଙ୍କ ବିରୋଧରେ ଅନେକଗୁଡିଏ ଅଭିଯୋଗ ଆଣି ସାରିଛନ୍ତି । ଏପରିକି ସୋମବାର ଆଦିଲଙ୍କ ଯୋଗୁ ମୋ ମାଆ ମୃତ୍ୟୁବରଣ କରିଛନ୍ତି ବୋଲି ସେ କହିଥିଲେ । ସେ ଏବେ ଆଦିଲଙ୍କ ବିରୋଧରେ ଚୋରୀ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ପୂର୍ବରୁ ତାଙ୍କ ବ୍ୟତୀତ ସେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଛନ୍ତି ବୋଲି ରାକ୍ଷୀ କହିଥିଲେ । ସୂଚନାଯୋଗ୍ୟ, ରାକ୍ଷୀ ଚର୍ଚ୍ଚାରେ ରହିବା ପାଇଁ ପୂର୍ବରୁ ବାରମ୍ବାର ଏ ଭଳି ଡ୍ରାମା କରିଛନ୍ତି । ତେବେ ଏହି ଘଟଣା କେତେ ସତ୍ୟ ତାହା ଅଗାମୀ ଦିନରେ ଜଣାପଡିବ ।

Leave A Reply

Your email address will not be published.