Latest Odisha News

BREAKING NEWS

ରକ୍ତ ବି କାନ୍ଦିପାରେ !

ରକ୍ତ ବି କାନ୍ଦିପାରେ !
ଶୁଭଶ୍ରୀ ମହାରଣା

ଆଖି କାନ୍ଦିବା କିଛି ବଡ଼ କଥା ନୁହେଁ
ରକ୍ତ କାନ୍ଦିବା ବହୁତ ବଡ଼ କଥା

ଆଖି ତ କାନ୍ଦେ ହାଲକା ଆଘାତରେ
କିନ୍ତୁ, ରକ୍ତ…
ଗଭୀର କ୍ଷତରେ ।

ଚୁମ୍ବନ ଓ ଚାପୁଡ଼ା
କିଏ କାହାଠୁ କ’ଣ କମ୍?
ଗୋଟିଏ ପ୍ରେମର ନିଦର୍ଶନ
ଆରଟି ଘୃଣ୍ୟ।

ସେଇ ଗାଲରେ ଚୁମ୍ବନ
ସେଇ ଗାଲରେ ଚାପୁଡ଼ା
ଓଃ !
କି କଷ୍ଟ ପାଇଥିବ ସେ ଗାଲ

ହଁ ମ,
ଗାଲର କୋଉ ଆଉ ଜୀବନ ଅଛି କି ?
ସେ ପର ମୁହୂର୍ତ୍ତରୁ ପରା
ତା’ ‘ଜୀବନ’ ନିରୁଦ୍ଦିଷ୍ଟ।

ଦେଖ ଦେଖ
କେଜାଣି କୋଉଠି ମୃତ୍ୟୁ ତାଲିକାରେ
ତା’ ନାଁ ହେଇଥିବ ସଦ୍ୟ ଅନ୍ତର୍ଭୁକ୍ତ ।

ଶାରୀରିକ ଭାବେ ଆତ୍ମହତ୍ୟା କରିବା ପାପ
କିନ୍ତୁ, ମାନସିକ ଭାବେ…
କିଏ କେତେ ଥର ଆତ୍ମହତ୍ୟା କରେ
କିଏ ଜାଣେ?
କେବଳ ଅନୁଭବୀ ବ୍ୟତୀତ ।

ଅନ୍ତରେ ବିଷକୁମ୍ଭ ଓଠରେ ଅମୃତ
କେତେ ସମ୍ପର୍କକୁ ହତ୍ୟା କରେ…
ବୋଧହୁଏ କେହି ଏଠି ନୁହନ୍ତି ବିଶ୍ୱସ୍ତ ।

ଆଜିକାଲି ସବୁକିଛି ଭେଜାଲ୍
ମୁଠେ ପ୍ରେମର ପ୍ରତିଦାନରେ
ପାଇବ ସମୁଦ୍ରେ ପ୍ରତାରଣାର ଜହର।
ପାରିବ ଯଦି ପିଇପାର…
କେହି ମନା କରିବେନି
ଏଠି ତ ଅଭାବ ରହିଛି ନୀଳକଣ୍ଠଙ୍କର !

………………………
ଶିକ୍ଷୟିତ୍ରୀ
ବିଡ଼ାନାସୀ,କଟକ

Leave A Reply

Your email address will not be published.