Latest Odisha News

BREAKING NEWS

ରଣଜୀ ଟ୍ରଫି: ଶୁଭ୍ରାଂଶୁ, ଅନୁରାଗଙ୍କ ଦୃଢ଼ ବ୍ୟାଟିଂ

ମୀରଟ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ କ୍ରିକେଟରେ ଉତରପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୧୫୨ ରନ କରିଛି । ଶୁଭ୍ରାଂଶୁ ସେନାପତି ୯୧ ଓ ଅନୁରାଗ ଷଡଙ୍ଗୀ ୫୨ ରନ କରି ଅପରାଜିତ ରହିଛନ୍ତି । ଶୁଭ୍ରାଂଶୁ ଚଳିତ ସିଜନରେ ୪ର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମାତ୍ର ୧୦୭ଟି ବଲ ଖେଳି ୧୩ ଚୌକା ଓ ଗୋଟିଏ ଛକା ମାରି ୯୧ ରନ କରିଛନ୍ତି । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୨୬ ରନ ଜବାବରେ ୟୁପି ୩୬୨ ରନ କରି ୨୨୬ ରନରେ ଆଗୁଆ ରହିଛି ।

ରିଙ୍କୁ ସିଂ ୧୦୮ରନର ଇନିଂସ ଖେଳିଥିଲେ । ଓଡିଶା ତରଫରୁ ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ଏବଂ ପ୍ରୟାସ ସିଂ ଓ ସୁନୀଲ ରାଉଳ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ନକଆଉଟ ପର୍ଯ୍ୟାୟରୁ ବାଦ ପଡିଥିବା ଓଡିଶାର ପ୍ରଦର୍ଶନ କିନ୍ତୁ ଏଥର ସନ୍ତୋଷଜନକ ରହି ନାହିଁ ।

Leave A Reply

Your email address will not be published.