Latest Odisha News

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୫ମ ପର୍ଯ୍ୟାୟରେ ଆସିଲା ୧୨ଖଣ୍ଡ ଫାସୀ କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ନୟାଗଡରୁ ୧୨ଖଣ୍ଡ ଫାସୀ କାଠ ଗୋଟିଏ ଟ୍ରକରେ ପୁରୀରେ ପହଁଚିଛି। ଏହି ଟ୍ରକକୁ ଶ୍ରୀ ନଅର ସମ୍ମୁଖରେ କାଢିଦିଆଯାଇଛି।

ସୂଚନା ଅନୁଯାୟୀ ଏହି ଫାସୀ କାଠରେ ତିନିରଥ ଚକ ପାଇଁ ତୁମ ନିର୍ମାଣ କରାଯିବ। ତିନିରଥ ପାଇଁ ୪୨ଗୋଟି ଚକ ନିର୍ମାଣ କରାଯିବ। ଗତକାଲି ବୌଦ୍ଧରୁ ଚତୁର୍ଥ ପର୍ଯ୍ୟାୟରେ ୯୬ଖଣ୍ଡ କାଠ ଆସିଥିଲା।

ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୬ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୧୮୭ଖଣ୍ଡ ବର୍ତମାନ ସୁଦ୍ଧା ପୁରୀରେ ପହଂଚିଥିବା ବେଳେ ବଳକା କାଠ ପର‌୍ୟ୍ୟାୟ କ୍ରମେ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି।

ଖପୁରିଆ କରତକଳକୁ ୩୬୦ଖଣ୍ଡ କାଠ ପଠାଯାଇସାରିଛି। ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା।

ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.