Latest Odisha News

BREAKING NEWS

ରାୟଗଡ଼ା ଭିଡ଼ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୪ ଛୁଇଁଲା ଗିରଫ ସଂଖ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ପିଲାଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକ ସହ ଅନ୍ୟ ଯୁବକ ରାଜେଶ ଉଲ୍ଲକାକୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି । ଏହାକୁ ମିଶାଇ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।

ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଘର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳର ଦୁରିପଦର ଗ୍ରାମର‌େ ବୋଲି ଜଣାପଡିଛି । ସେହିପରି, ଅନ୍ୟ ଯୁବକ ରାଜେଶ ଉଲ୍ଲକାର ଘର ଧାମୁଣିପଙ୍ଗା ପଞ୍ଚାୟତ କଟିକିନାଳ ଗ୍ରାମରେ । ପୂର୍ବରୁ ୨୨ଜଣଙ୍କୁ ପୋଲିସ ଗିରଫ କରି ଥିବାବେଳେ ବର୍ତ୍ତମାନ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହି ଘଟଣା ଜୁନ୍ ୧୬ ତାରିଖ ରାତିରେ କଲ୍ୟାଣସିଂହପୁର ପୋଲିସ ସୀମା ଅନ୍ତର୍ଗତ କାଣ୍ଡୁଲଗୁଡ଼ା ଗ୍ରାମ ନିକଟରେ ଘଟିଥିଲା । ବିହାରର ଜଣେ ଯୁବତୀ ଏବଂ ଗୁଜରାଟର ବାସିନ୍ଦା ତଥା ତାଙ୍କ ପୁରୁଷ ସହକର୍ମୀ କନ୍ଧମାଳର ଦାରିଙ୍ଗବାଡ଼ିରୁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରକୁ ଯାତ୍ରା କରୁଥିଲେ । ଏହି ସମୟରେ କିଛି ବ୍ୟକ୍ତି ଦୁଇ ଜଣଙ୍କୁ ପିଲା ଚୋର ଭାବି ବର୍ବରତାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.