Latest Odisha News

BREAKING NEWS

ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ, ବଢିଲା ସର୍ଭିସ୍ ଚାର୍ଜ

ନୂଆଦିଲ୍ଲୀ : ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ । ବଢିଲା ସର୍ଭିସ୍ ଚାର୍ଜ । ଏଟିଏମ୍ ମେସିନରୁ ନଗଦ ଟଙ୍କା ଉଠାଇବା କିମ୍ବା ଅଣ-କାରବାର ନେଣଦେଣ ପାଇଁ ଅଧିକ ଦେୟ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କରୁ ସବୁଜ ସଙ୍କେତ ପାଇବା ପରେ ବର୍ତ୍ତମାନ ବ୍ୟାଙ୍କ ଗୁଡିକ ଏଟିଏମରୁ ନଗଦ ନଥିବା କାରବାର ପାଇଁ ସେବା ଚାର୍ଜ ବୃଦ୍ଧି କରିବାରେ ପ୍ରସ୍ତୁତି ଚଳାଇଛନ୍ତି । ଏଟିଏମ୍ ରକ୍ଷଣାବେକ୍ଷଣ, ଏମ୍ଏମ୍ଏସ୍ ଚାର୍ଜ ପରି ସେବା ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ କାରବାର ସହ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛି । ଆରବିଆଇର ସବୁଜ ସଙ୍କେତ ପରେ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ ସେବା ଶୁଳ୍କ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି । ମାଗଣା କାରବାର ସୀମା ସମାପ୍ତ ହେବା ପରେ, ଯଦି ଏଟିଏମରୁ ନଗଦ କିମ୍ବା ନନ୍ କ୍ୟାସ୍ ଟ୍ରାନ୍ଜାକସନ୍ କରନ୍ତି ତେବେ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ସେବା ଦେୟ ଦେବାକୁ ପଡିବ । ପୂର୍ବରୁ ଏହି ସେବା ଚାର୍ଜ ୨୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା, ଯାହା ବର୍ତ୍ତମାନ ୨୧ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଆରବିଆଇର ଆଦେଶ ପରେ, ଏହି ନୂତନ ନିୟମ ଜାନୁଆରୀ ପହିଲା ୨୦୨୨ ରୁ କାର୍ଯ୍ୟକାରୀ ହେବ । ଆମେ ଆପଣଙ୍କୁ କହିରଖୁଛୁ, ବ୍ୟାଙ୍କ ଆକାଉଣ୍ଟଧାରୀମାନେ ସେମାନଙ୍କ ବ୍ୟାଙ୍କର ଏଟିଏମରୁ ମାସରେ ପାଞ୍ଚ ଥର ମାଗଣା କାରବାର କରିପାରିବେ । ଏହା ସହିତ ଆପଣ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ୩ ଟି ମାଗଣା କାରବାର କରିପାରିବେ ।

ଆରବିଆଇର ନୂତନ ନିୟମ ଅନୁଯାୟୀ, ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ଅଗଷ୍ଟ ପହିଲା ୨୦୨୧ରୁ ବର୍ତ୍ତମାନ ଗ୍ରାହକଙ୍କୁ ଇଣ୍ଟରଚେଞ୍ଜ ଚାର୍ଜ ଭାବରେ ୧୫ ଟଙ୍କା ବଦଳରେ ୧୭ ଟଙ୍କା ଦେବାକୁ ପଡିବ । ଅଣ-ଆର୍ଥିକ କାରବାର ପାଇଁ, ବର୍ତ୍ତମାନ ୫ ଟଙ୍କା ବଦଳରେ ୬ ଟଙ୍କା ଦେବାକୁ ପଡିବ ।

Leave A Reply

Your email address will not be published.