Latest Odisha News

BREAKING NEWS

ଅଗଷ୍ଟ ୧୫ ପାଇଁ ସଟ୍‌ଡାଉନ୍ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ପାଇଁ କୋହଳ ହେଲା କଟକଣା । ୪ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ୍ କିଛି ଘଂଟା ପାଇଁ କୋହଳ ହେବ । ଏହି ୪ ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଂଟା ପାଇଁ କୋହଳ କରାଯିବ । ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ସଟଡାଉନ କଟକଣା । ନିଜ ଅଂଚଳରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯାଇଛି । ତେବେ ଏହି ସମୟରେ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନହେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.