Latest Odisha News

ରିଲାଏନ୍ସ କଂପାନିର ୧୦.୦୯% ଅଂଶଧନ ଜରିଆରେ ୪୭,୨୬୫କୋଟି ଟଙ୍କା ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ

ମୂମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆରଭିଏଲ୍‌ରେ ସହଯୋଗୀ ସାମିଲ  ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା  ସମ୍ପୂର୍ଣ୍ଣ ହୋଇଛି।

ଆରଆରଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ ଠାରୁ ମୋଟ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ କରାଯାଇଥିବା ବେଳେ ସେମାନଙ୍କୁ ୬୯,୨୭,୮୧,୨୩୪ ଇକ୍ୱିଟି ସେୟାର ସମ୍ପୂର୍ଣ୍ଣ ବିଘଟିତ ଭାବେ ଜାରି କରାଯାଇଛି।

ଚଳିତ ପାଣ୍ଠି ହାସଲ ପର୍ଯ୍ୟାୟରେ ସିଲ୍‌ଭର୍ ଲେକ୍ ପାର୍ଟନର୍ସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭୫୦୦ କୋଟି ଟଙ୍କା ଓ ୧୮୭୫ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ କେକେଆର୍ ୫୫୫୦ କୋଟି ଟଙ୍କା, ମୁବାଦଲା ୬୨୪୭.୫୦ କୋଟି ଟଙ୍କା, ଏଡିଆଇଏ ୫୫୧୨.୫୦ କୋଟି ଟଙ୍କା, ଜିଆଇସି ୫୫୧୨.୫୦ କୋଟି ଟଙ୍କା, ଟିପିଜି ୧୮୩୭.୫୦ କୋଟି ଟଙ୍କା, ଜେନେରାଲ୍ ଆଟ୍‌ଲାଟିଂକ୍ ୩୬୭୫ କୋଟି ଟଙ୍କା ଓ ପିଆଇଏଫ୍ ପକ୍ଷରୁ ୯୫୫୫ କୋଟି ଟଙ୍କା ନିବେଶ କରାଯାଇଛି।

ତେବେ ଏହି ପାଣ୍ଠି ହାସଲ ପ୍ରକ୍ରିୟା ୨୦୨୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ନଭେମ୍ବର ୯ରେ ଶେଷ ହୋଇଛି।

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡର ନିର୍ଦ୍ଦେଶିକା ଇଶା ମୁକେଶ ଅମ୍ବାନି କହିଛନ୍ତି “ଆର୍‌ଆର୍‌ଭିଏଲ୍‌ରେ ଏଭଳି ଦୃଢ଼ ଏବଂ ଖ୍ୟାତିସମ୍ପନ୍ନ ସହଯୋଗୀଙ୍କୁ ପାଇ ଆମେ ଗର୍ବିତ।

ଆର୍‌ଆର୍‌ଭିଏଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ପରାମର୍ଶଦାତା, ସିରିଲ୍ ଅମରଚାନ୍ଦ ମଙ୍ଗଳଦାସ ଓ ଡେଭିସ୍ ପୋଲକ୍ ଓ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତା ଏବଂ ବିଓଏଫ୍‌ଏ ସିକ୍ୟୁରିଟଜ୍ ଅତିରିକ୍ତ ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.