Latest Odisha News

BREAKING NEWS

ଅଁଳା ନବମୀ

ଆଜି ଅଁଳା ନବମୀ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଁଳା ଗଛକୁ ପୂଜା କରିବାର ବିଧି ରହିଛି। ପୁରାଣ ବର୍ଣ୍ଣିତ କଥା ଅନୁସାରେ ଏକଦା ମାତା ଲଷ୍ମୀ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀ ପୃଷ୍ଠରେ ଅବତରଣ କଲାପରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା ଏକାଠି କରିବାକୁ ଚାହିଁଲେ । ଭଗବାନ ବିଷ୍ଣୁଙ୍କର ତୁଳସୀ ପତ୍ର ପ୍ରିୟ ଏବଂ ଭଗବାନ ଶିବଙ୍କର ବେଳ ପତ୍ର ପ୍ରିୟ।

BjdElectrycity

ମାତା ଲକ୍ଷ୍ମୀ ଚିନ୍ତାରେ ପଡ଼ିଲେ। ପୁନଶ୍ଚ ମାତାଙ୍କୁ ଜଣା ପଡ଼ିଲା କି ଅଁଳା ଗଛରେ ବେଲପତ୍ର ଓ ତୁଳସୀ ପତ୍ରର ସବୁ ଔଷଧୀୟ ଗୁଣ ଏକାଠି ଥାଏ। ଅତଏବ ମାତା ଅଁଳା ବୃକ୍ଷ ମୂଳରେ ବିଷ୍ଣୁ ଓ ଶିବଙ୍କର ଆରାଧନା କରିବା ଆରମ୍ଭ କଲେ।

ମାତା ଲଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତପଶ୍ଚାତ ମାତା ସେଇ ଅଁଳା ଗଛର ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା। କଥିତ ଅଛି ଯେ ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା କରି ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶଙ୍କରଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ।

Leave A Reply

Your email address will not be published.