Latest Odisha News

BREAKING NEWS

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ ।

ରେମ୍‌ଡେସେଭିୟର୍ ଇଂଜେକ୍ସନକୁ ବେଆଇନ ଭାବେ ବିକ୍ରିୟ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜାଣି ଚକିତ ହେବେ ଏହି ଗ୍ୟାଙ୍ଗ ଗୋଟିଏ ଇଂଜେକ୍ସନ ପାଇଁ ଲୋକଙ୍କଠାରୁ ଦାବି କରୁଥିଲେ ୭୦ ହଜାର ଟଙ୍କା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନର୍ସ ମଧ୍ୟ ସାମିଲ ଥିବା ଜଣାପଡିଛି ।

ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ପଛରେ ଲଲିତେଶ ନାମକ ଜଣେ ମହିଳା ତଥା ନର୍ସ ମାଷ୍ଟରମାଇଣ୍ଡ ସାଜିଥିଲେ । ପୋଲିସ ରିପୋର୍ଟ ଅନୁଯାୟୀ ମୁଲଚନ୍ଦ୍ ହସ୍ପିଟାଲର ଲଲିତେଶ ନିଜ ବନ୍ଧୁ ବିପୁଲ୍ ର୍ମା, ବିଶାଲ କଶ୍ୟପ ଓ ଶୁଭମଙ୍କ ସହ ମିଶି ରେମଡେସେଭିୟର୍ ଇଂଜେକ୍ସନକୁ କଳାବଜାରୀ କରୁଥିଲେ । ଏହି ଖବର ପାଇ ଏସ୍‌ପି ସଂଜୟ ଡ୍ରୋଲ୍ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଜାଲ ବିଛାଇଥିଲେ ।

ବିପୁଲ ଶର୍ମାକୁ ଗିରଫ କରିବା ପରେ ପୋଲିସ ତାକୁ ପଚରାଉଚରା କରିଥିଲା । ଶେଷରେ ପୋଲିସ ଜେରାରେ ବିପୁଲ ସତ ଓଗାଳିଥିଲା । ବିପୁଲର ବୟାନକୁ ଆଧାର କରି ପରେ ପୋଲିସ ଅନ୍ୟ ସଦସ୍ୟଙ୍କୁ ରେମ୍‌ଡେସେଭିୟର୍ ଇଂଜେକ୍ସନ ସହ ଗିରଫ କରିଥିଲା । ହେଲେ ଶେଷରେ ଏହି କଳାବାଜାରୀ ଗ୍ୟାଙ୍ଗର ମୁଖିଆ ଜଣେ ମହିଳା ତଥା ନର୍ସ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ତନାଘନାରୁ ଜଣାପଡିଛି କୋଭିଡ ଡ୍ୟୁଟିରେ ଥିବା ଲଲିତେଶ ଡିସ୍‌ଚାର୍ଜ ହୋଇଥିବା କରୋନା ରୋଗୀଙ୍କ ଇଂଜେକ୍ସନ ଲୁଚାଇ ରଖୁଥିଲେ । ପରେ ନିଜ ବନ୍ଧୁଙ୍କ ଜରିଆରେ ଏହାକୁ ଚଢା ଦରରେ ବେଆଇନ ଭାବେ ବିକ୍ରିୟ କରୁଥିଲେ । ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ପଚରାଉଚରା ଚଳାଇଛି ।

Leave A Reply

Your email address will not be published.