Latest Odisha News

ଟ୍ୱିଟରକୁ କାହିଁକି ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲେହ-ଲଦାଖର ଅବସ୍ଥିତି ସମ୍ପର୍କରେ ମ୍ୟାପରେ ଭୁଲ୍ ଦର୍ଶାଇଛି ଟ୍ବିଟର। ଯାହା ପରେ ଟ୍ୱିଟରକୁ କଡ଼ା ଚେତାବନୀ ଦେଇଛି ଭାରତ।

କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହନି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ କଡା ଚେତାବନୀ ଦେଇଛନ୍ତି। ଭାରତର ମାନଚିତ୍ରକୁ ଟ୍ୱିଟରରେ ଭୁଲ ଦର୍ଶାଯାଇଥିବାରୁ ସରକାର ଏହା ଉପରେ ଆପତ୍ତି ପ୍ରକାଶ କରିଛନ୍ତି। ଏପରିକି ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ଭାବେ କାର‌୍ୟ୍ୟ କରିବାକୁ ସରକାର ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୮ରେ ଟ୍ୱିଟର ନିଜ ପ୍ଲାଟଫର୍ମରେ ଲେହର ଜିଓ ଟ୍ୟାଗ୍ ଲୋକେସନ୍ ଜମ୍ମୁ କାଶ୍ମୀର-ଚୀନ୍ ଦେଖାଇଥିଲା।

ଆଇଟି ସଚିବ ଟ୍ୱିଟରକୁ ସ୍ପଷ୍ଟ କରିଛନ୍ତି ଯେ ଲେହ ଲଦାଖର ଏକ ଅଂଶ। ଲଦାଖ ଓ ଜମ୍ମୁ କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଭାରତର ସମ୍ବିଧାନ ଦ୍ୱାରା ପରିଚାଳିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୋସିଆଲ ସାଇଟ୍ ଭାରତର ଲୋକଙ୍କ ଭାବନାକୁ ସମ୍ମାନ ଦେବା ଉଚିତ୍।

 

Leave A Reply

Your email address will not be published.