Latest Odisha News

ଇରାନୀ କପ କ୍ରିକେଟ: ୨୫ ଥର ପାଇଁ ଟାଇଟଲ ଜିତିଥିଲା ଅବଶିଷ୍ଟ ଭାରତ ଏକାଦଶ

ନୂଆଦିଲ୍ଲୀ: ଅବଶିଷ୍ଟ ଭାରତ ଏକାଦଶ କ୍ରିକେଟ ଟିମ ୨୫ ଥର ପାଇଁ ଇରାନୀ କପ ଟାଇଟଲ ହାସଲ କରିଛି । ଫାଇନାଲରେ ମଧ୍ୟପ୍ରଦେଶକୁ ୨୩୮ ରନରେ ଅବଶିଷ୍ଟ ଏକାଦଶ ପରାସ୍ତ କରିଥିଲା । ମଧ୍ୟପ୍ରଦେଶ ପକ୍ଷରୁ ୨ଟି ଯାକ ଇନିଂସରେ ଶତକ ହାସଲ କରିଥିବା ଯଶସ୍ୱୀ ଜୟସୱାଲ (୨୧୩ ରନ, ୧୪୪ ରନ)ଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜୟ ପାଇଁ ମଧ୍ୟପ୍ରଦେଶକୁ ଅନ୍ତିମ ଦିନରେ ୩୫୬ ରନର ଆବଶ୍ୟକତା ଥିଲା । ୧୯୮ ରନରେ ସମ୍ପୂର୍ଣ୍ଣ ଟିମ ଅଲଆଉଟ ହୋଇ ଯାଇଥିଲା । ।ହିମାଂଶୁ ମନ୍ତ୍ରୀ ୫୧ ରନର ଇନିଂସ ଖେଳିଥିଲେ । ବିପକ୍ଷ ଦଳ ପକ୍ଷରୁ ସୌରଭ କୁମାର ୩ଟି ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଅବଶିଷ୍ଟ ଭାରତ ଏକାଦଶ ପ୍ରଥମ ଇନିଂସରେ ୪୮୪ ରନ ସଂଗ୍ରହ କରିଥିଲା । ଜବାବରେ ମଧ୍ୟପ୍ରଦେଶ ୨୯୪ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଅବଶିଷ୍ଟ ଭାରତ ୨୪୬ ରନ କରିବା ସହ ମଧ୍ୟପ୍ରଦେଶ ସମ୍ମୁଖରେ ୪୩୭ ରନର ଟାର୍ଗେଟ ରଖିଥିଲା ।

Leave A Reply

Your email address will not be published.