Latest Odisha News

ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ : ହୋଟେଲ, ଫ୍ଲାଇଟ ଦର ଆକାଶଛୁଆଁ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୧୯ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଅହମ୍ମଦାବାଦରେ ବର୍ତମାନ ଉତ୍ସବ ମୁଖରିତ ପରିବେଶ ସୃଷ୍ଟି ହୋଇଛି । ଘରୋଇ ପରିବେଷରେ ଭାରତ ଫାଇନାଲରେ ପ୍ରବେଶ କରିଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଟିକେଟ କଳାବଜରୀଠାରୁ ଆରମ୍ଭ କରି ହୋଟେଲ ରେଟ ସମସ୍ତଙ୍କୁ ଚକିତ କରୁଛି । ଯେଉଁ ହୋଟେଲରେ ଦିନକୁ ୨୪ ହଜାର ଭଡା ରହୁଥିଲା ତାହା ଏବେ ୨ଲକ୍ଷ ୧୫ ହଜାରେ ପଂହଚିଛି । ଫାଇଭ ଷ୍ଟାର ହୋଟେଲର ଦିନକୁ ଭଡା ୧ଲକ୍ଷ ଛୁଇଁ ସାରିଛି । ରାଉଣ୍ଡ ଟ୍ରିପ ପ୍ଲାଇଟ ଟିକେଟର ମୂଲ୍ୟ ୨୦୦ରୁ ୩୦୦ ପ୍ରତିଶତ ବୃଦ୍ଧି ପାଇଛି ।

ପୂର୍ବରୁ ଭାରତ ଓ ପାକିସ୍ତାନ ମ୍ୟାଚ ଅବସରରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କ୍ରିକେଟପ୍ରେମୀ ପ୍ରଶଂସକ ଭାରତକୁ ଚାମ୍ପିୟନ ଭାବେ ଦେଖିବା ପାଇଁ ସବୁ କିଛି ସହିବାକୁ ପ୍ରସ୍ତୁତ ଅଛନ୍ତି । ଏହାର ଫାଇଦା ଉଠାଇ ସେମାନଙ୍କଠାରୁ ଏକ ପ୍ରକାର ଲୁଟ କରାଯାଉଛି । ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ସୂଚନାଯୋଗ୍ୟ, ଅହମ୍ମଦାବାଦ ଷ୍ଟାଡିୟମର ଦର୍ଶକ କ୍ଷମତା ୧ ଲକ୍ଷ ୩୦ ହଜାର ରହିଛି । ଏବେଠାରୁ ଷ୍ଟାଡିୟମ ପୂର୍ଣ୍ଣ ହୋଇଗଲାଣି ।

Leave A Reply

Your email address will not be published.