Latest Odisha News

BREAKING NEWS

ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ ଜାରି;ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ବର: ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଏନେଇ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସଂଶୋଧିତ କାର୍ଯ୍ୟ ସୂଚୀ ଜାରି କରିଛନ୍ତି। ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏହି ସଂଶୋଧିତ ସୂଚୀ ପଠାଯାଇଛି। ଗତ ୧୦ତାରିଖରେ ଜାରି ହୋଇଥିବା ପୂର୍ବ କାର୍ଯ୍ୟସୂଚୀକୁ ଆଂଶିକ ପରିବର୍ତ୍ତନ କରି ନୂଆ ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୪ ତାରିଖ ସୁଦ୍ଧା ପୌରସଂସ୍ଥା ଓ NACର ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ।

ପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ। ଅକ୍ଟୋବରରେ ୩ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ଜାରି କରାଯାଇଛି। ଅକ୍ଟୋବର ୭ ତାରିଖ ସୁଦ୍ଧା ପ୍ରୋଭିଜନାଲ ବିଜ୍ଞପ୍ତି ବାହାରିବ ବୋଲି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅବଗତ କରାଯାଇଛି।

ଅକ୍ଟୋବର ୭ରୁ ୨୧ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ କରିପାରିବେ। ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ହେବ। ଅପିଲର ନିଷ୍ପତ୍ତି ପରେ ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ନୂଆ ସୂଚୀ ଅନୁଯାୟୀ, ଓଡ଼ିଶା ମ୍ୟୁନିସିପାଲ ଆକ୍ଟ- ୧୯୫୦ର ଧାରା ୧୨ ଅନୁସାରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଧାରା ୧୧ ଅନୁସାରେ ଆସନ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ ହେବ।

Comments are closed.