Latest Odisha News

BREAKING NEWS

ବାରବାଟୀରେ ରୋହିତଙ୍କ କୀର୍ତିମାନ

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ହିଟମ୍ୟାନ ଭାବେ ପରିିଚିତ ରୋହିତ ଏହି ମୁକାବିଲାରେ ଫର୍ମକୁ ଫେରିବା ସହ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅଧିକ ଛକା ମାରିବାରେ ରୋହିତ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି । ଗେଲ ୩୩୧ ଛକା ମାରିଥିଲେ ।

ତେବେ ଏହି ତାଲିକାରେ ପାକିସ୍ତାନର ଶାହୀଦ ଆଫ୍ରିଦୀ ୩୫୧ ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସନଥ ଜୟସୂରିୟା ୨୭୦, ମହେନ୍ଦ୍ର ସିଂ ଧୋନୀ ୨୨୯ ଓ ଇଅନ ମୋର୍ଗାନ ୨୨୦ ଛକା ମାରିଛନ୍ତି । ରୋହିତ ୭୩ ରନ କରି ଅପରାଜିତ ରହିଥିବା ଅବସରରେ ୫ ଛକା ମାରି ସାରିଛନ୍ତି । ଭାରତ ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଖବର ହସ୍ତଗତ ହେଲା ବେଳକୁ ୧୬.୫ ଓଭରରେ ୧ ୱିକେଟ ହରାଇ ୧୩୭ ରନ କରିଛି । ଶୁଭମନ ଗିଲ ୬୦ ରନ କରି ଆଉଟ ହୋଇଛନ୍ତି ।

Comments are closed.