Latest Odisha News

ବଡ଼ ପରଦାରେ, ବଡ଼ ଲଢ଼େଇ: କଶ୍ମୀର ଫାଇଲ୍ସ ବନାମ ଆରଆରଆର

ମୁମ୍ବାଇ: ଚାଲିଛି ବଡ଼ ପରଦାରେ ବଡ଼ ଲଢେଇ । ଇତିହାସର ଘଟଣା ବନାମ କାଳ୍ପନିକ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍ସୁକତା । ତିନି ସପ୍ତାହରେ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଏଯାବତ ୨୧୯ କୋଟିରୁ ଅଧିକ ଆୟ କରିଥିବା ବେଳେ ଆରଆରଆର ଗୋଟିଏ ଦିନରେ ଦୁଇ ଶହ କୋଟିରୁ ଅଧିକ ବ୍ୟବସାୟ କରିଛି।

ଫିଲ୍ନ ସମୀକ୍ଷକ ତରୁଣ ଆଦର୍ଶଙ୍କ କହିଛନ୍ତି, ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ପ୍ରଥମ ୩ ଦିନରେ ୭.୨୫ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମର ମୋଟ କଲେକ୍ସନ ୨୧୯.୦୮ କୋଟି ଟଙ୍କା ରହିଛି। ଏହି ଫିଲ୍ମକୁ ସର୍ବକାଳୀନ ବ୍ଲକବଷ୍ଟର ଫିଲ୍ମ ଭାବେ ଘୋଷଣା କରାଯାଇଛି।

ସେହିପରି ଆରଆରଆରର ହିନ୍ଦୀ ଭର୍ସନ ଦ୍ୱିତୀୟ ଓ ତୃତୀୟ ଦିନରେ ୨୪-୨୫ କୋଟି ଟଙ୍କା ଆୟ କରିଛି। ଶନିବାର ଏହା ବକ୍ସ ଅଫିସରେ ବେଶ୍ ସଫଳତା ହାସଲ କରିଛି।  ‘ଦ କଶ୍ମୀର ଫାଇଲ୍ସ’ ପ୍ରଥମ ସପ୍ତାହରେ ୯୭.୩୦ କୋଟି ଟଙ୍କା ଆୟ କରିଛି। ଦ୍ୱିତୀୟ ସପ୍ତାହରେ ଫିଲ୍ମ ୧୧୦.୦୩ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ପଞ୍ଚମ ଦିନରେ ୫୦ କୋଟି ଟଙ୍କା ଆୟ କରିଛି। ୬ଷ୍ଠ ଦିନରେ ୭୫ କୋଟି ଏବଂ ଅଷ୍ଚମ ଦିନରେ ୧୦୦ କୋଟି ଟଙ୍କା ଆୟ କରିଛି। ୧୩ ଦିନ ବେଳକୁ ଏହା ଡବଲ ସେଞ୍ଚୁରୀ ମାରି ସାରିଛି।

ତାମିଲ୍, ତେଲୁଗୁ, ମାଲାୟଲମ ଓ କନ୍ନଡ ଭାଷାରେ ମଧ୍ୟ ଏହି ଫିଲ୍ମକୁ ଡବିଂ କରାଯାଇଛି। ଫିଲ୍ମଟି ମାତ୍ର ୬୩୦ଟି ସିନେମା ହଲରେ ଚାଲିଥିବା ବେଳେ ପ୍ରଥମ ଦିନରେ ୩.୫ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ୪୦୦୦ ସ୍କ୍ରିନରେ ରିଲିଜ୍ ହୋଇଛି। ଫିଲ୍ମର ବଜେଟ୍ ୧୫ କୋଟି ଟଙ୍କା ରହିଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଆଦି ରାଜ୍ୟ ଏହାକୁ ଟିକସ ଫ୍ରି ବୋଲି ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଦୁଇଟି ଫିଲ୍ମ ମଧ୍ୟରେ ଫରକ ହେଉଛି ଗୋଟିଏ ଇତିହାସର ଏକ ଘଟଣାକୁ ନେଇ ଆଧାରିତ ଅନ୍ୟଟି କାଳ୍ପନିକ । ବିବେକ ଅଗ୍ନିହୋତ୍ରୀଙ୍କ ଦ କଶ୍ମୀର ଫାଇଲ୍ସ କଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ । ଅନ୍ୟଟି ଲୋକପ୍ରିୟ ସିନେମା ବାହୁବଳୀ ଫେମ ଏସଏସ ରାଜାମୌଲୀଙ୍କ ଆରଆରଆର। ଆରଆରଆର ମାର୍ଚ୍ଚ ୨୫ରେ ରିଲିଜ ହୋଇଥିଲା । ଏହା ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଛି ।  ସାରାବିଶ୍ୱରେ  ଏହାର ବ୍ୟବସାୟ ୨୧୦୦ କୋଟି ରହିଛି । ମୋଟ୍ ଛଅଟି ଭାଷାରେ ଏହି ଫିଲ୍ମ ରିଲିଜ୍ ହୋଇଛି । ଅନ୍ୟପଟେ ମାର୍ଚ୍ଚ ୧୧ ତାରିଖରେ ରିଲିଜ ହୋଇଥିବା କଶ୍ମୀର ଫାଇଲ୍ସ ପ୍ରଥମ ଦିନରେ ୩କୋଟି ୫୫ଲକ୍ଷ ବ୍ୟବସାୟ କରିଥିଲା । ଯଦିଓ ଏହା ଏକ ଛୋଟ ବଜେଟ ସିନେମା କିନ୍ତୁ ପ୍ରଥମ ଦିନ ପରେ ପ୍ରତିଦିନ ବ୍ୟବସାୟ ଉପରମୁହାଁ ରହିଛି। କିନ୍ତୁ ବ୍ୟବସାୟ ଦୃଷ୍ଟିରୁ ଆରଆରଆର ବହୁତ ସଫଳ ।

ଦ କଶ୍ମୀର ଫାଇଲ୍ସ ୧୫ କୋଟି ଟଙ୍କାରେ ତିଆରି ହୋଇଥିବା ବେଳେ ଏହା ୨୧୯ କୋଟି ଟପିସାରିଛି । ସେହିପରି ଆରଆରଆର ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହି ଫିଲ୍ମର ପ୍ରଥମ ଦିନରେ ହିଁ ୨୫୭ କୋଟି ଟଙ୍କା ଆୟ କରିଛି ।

Leave A Reply

Your email address will not be published.