Latest Odisha News

BREAKING NEWS

ଚିତ୍ତୋରରେ ଭୟଙ୍କର ବସ୍ ଦୁର୍ଘଟଣା : ଖାଲରେ ପଡ଼ି ୭ ମୃତ, ୪୫ ଗୁରୁତର

ଆନ୍ଧ୍ରପ୍ରଦେଶ  : ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଶନିବାର ମଧ୍ୟରାତିରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ଗଭୀର ଖାଲ ମଧ୍ୟକୁ ଖସିପଡିବାରୁ ୭ଜଣଙ୍କର ମୃତ୍ୟୁ ହେବା ସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।ଏମାନଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଜଣାପଡିଛି ।

ଏହି ଦୁର୍ଘଟଣା ତିରୁପତି ଠାରୁ ୨୫ କିଲୋମିଟର ଦୂର ବାକପେଟା ନିକଟରେ ଘଟିଛି । ଆହତଙ୍କୁ ତିରୁପତି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇି । ଏହି ଦୁର୍ଘଟଣା ବସ୍ ଡ୍ରାଇଭରର ଦାୟିତ୍ୱହୀନତା ଯୋଗୁଁ ଘଟିଛି ବୋଲି କହିଛନ୍ତି ତରୁପତି ଏସପି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର ପାଇଁ ଯିବା ବେଳକୁ ଚାରିଆଡେ ଲୋକଙ୍କ ମାଂସ ଛିଟିକି ପଡିଥିବାର ଦେଖାଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଦୁର୍ଘଟଣାଗ୍ରସ୍ତ ବସ ଶନିବାର ରାତିରେ ଅନନ୍ତପୁର ଜିଲ୍ଲାରୁ ତିରୁପତି ଅଭିମୁଖେ ଯାଉଥିଲା । ଏକ ମୋଡରେ ବସଟି ଦ୍ରୁତ ଗତିରେ ଆସୁଥିବାରୁ ଡ୍ରାଇଭର ନିୟନ୍ତ୍ରଣ କରିପାରିନଥିଲା । ଫଳରେ ବସ୍ ଗଭୀର ଖାଲକୁ ଖସିପଡିଥିଲା । ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିନଥିଲା । ରବିବାର ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାବେଳକୁ ୭ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଥିବା ବେଳେ ସମସ୍ତଙ୍କୁୁ ମେଡିକାଲରେ ଭର୍ତ୍ତି କରାଯାଇଛି।
Leave A Reply

Your email address will not be published.