Latest Odisha News

BREAKING NEWS

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ନଗଦ ୨୦ କୋଟି ଜବତ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅରପିତା ମୁଖାର୍ଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରି ୨୦ କୋଟି ଟଙ୍କା ଜବତ କରିଛି। ଯାହାର ସୂଚନା ଇଡି ଦ୍ୱାରା ଟ୍ୱିଟ କରି ଦିଆଯାଇଛି। ନଗଦ କୋଟି ଟଙ୍କାର ଫଟୋ ପୋଷ୍ଟ କରି ଇଡି ରେଡ୍ କରିଥିବାର ପ୍ରମାଣ ଦେଇଛି। ଶିକ୍ଷକ ନିଯୁକ୍ତି ଘୋଟାଲା ନେଇ ଅଭିଯୋଗ ରହିଛି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହଯୋଗୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି।

ଶିକ୍ଷକ ନିଯୁକ୍ତି ଘୋଟାଲାରେ ତଦନ୍ତ ସଂପର୍କରେ ଶୁକ୍ରବାର ଇଡିର ଏକ ଟିମ୍ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପରେଶ ଅଧିକାରୀଙ୍କ ଘରେ ରେଡ୍ କରିଛନ୍ତି। ଏହି ସମୟରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କର୍ମଚାରୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘର ବାହାରେ ମୁତୟନ ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ ଇଡି ଅଧିକାରୀଙ୍କ ଅନ୍ୟ ଏକ ଟିମ୍ ମଧ୍ୟ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ବାସଭବନରେ ରେଡ୍ କରିଥିଲେ।

ଉଲ୍ଲେଖଯୋଗ୍ୟ, ଏହି ରେଡ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହିତ ଜଡିତ। ଯେଉଁ ସମୟରେ ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିଲା ସେତେବେଳେ ଏହି ଘୋଟାଲା ହୋଇଥିଲା।​ ଏବେ ପାର୍ଥ ଚାଟାର୍ଜୀ ମମତା ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ବିଭାଗରେ ରହିଛନ୍ତି। ଶିକ୍ଷକ ନିଯୁକ୍ତି ସ୍କାମରେ ସିବିଆଇ ତାଙ୍କୁ ଦୁଇଥର ଜେରା କରି ସାରିଛି। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରଥମେ ୨୫ ଏପ୍ରିଲରେ ଏବଂ ପରେ ୧୮ ମେ’ରେ ସିବିଆଇ ପଚରାଉଚରା କରିଥିଲା।

ଉଲ୍ଲେଖନୀୟ କଥା ହେଉଛି, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଗ୍ରୁପ୍ ‘ସି’ ଏବଂ ‘ଡି’ କର୍ମଚାରୀ ତଥା ସରକାରୀ ପ୍ରାୟୋଜିତ ତଥା ସହାୟକ ସ୍କୁଲର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଘଟଣାର ଯାଞ୍ଚ କରୁଛି।

Leave A Reply

Your email address will not be published.