Latest Odisha News

BREAKING NEWS

୧୭୪୦ ଟଙ୍କା ଫି’ ଛାଡ଼, ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ । ସମୁଦାୟ ହଷ୍ଟେଲ ଫି’ରୁ ୧୭୪୦ ଟଙ୍କା କଲେ ଛାଡ । ଛାତ୍ରଛାତ୍ରୀ ଏବେ ୨୯୫୦ ଟଙ୍କା ବଦଳରେ ୧୨୧୦ ଟଙ୍କା ଦେବେ ।

ଫି’ କମାଇବାକୁ ଦୁଇ ଦିନ ହେଲା ଛାତ୍ରଛାତ୍ରୀ ଦାବି କରିଆସୁଥିଲେ । ତେବେ ସୋମବାର ଏବିଭିପି ଛାତ୍ରଛାତ୍ରୀ ପିଜି କାଉନସିଲ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବହୁ ସମୟ ଧରି ଆଲୋଚନା ପରେ ସମାଧାନର ସୂତ୍ର ବାହାରିଥିଲା । ଏବେ ରୁମ୍ ସିଟ୍ ଚାର୍ଜ, ପାଣି ଫି’, ବିଜୁଳି ଫି’ ଭଳି ବହୁ କ୍ଷେତ୍ରରୁ ଅଧ୍ୟକ୍ଷ ଫି’ କମ୍ କରିଦେଇଛନ୍ତି ।

କୋଭିଡ୍ ସମୟରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଘରକୁ ଯାଇଥିଲେ । ତେଣୁ ହଷ୍ଟେଲର କୌଣସି ଜିନିଷ ବ୍ୟବହାର କରିନଥିଲେ । ତେଣୁ ସେହି ଆଧାରରେ ଟଙ୍କା ଛାଡ କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

 

Leave A Reply

Your email address will not be published.