Latest Odisha News

BREAKING NEWS

ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ

ଭୁବନେଶ୍ୱର: ଅବିଶ୍ୱାସ ଲାଗୁଥିଲେ ବି ସତ । ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ । ଏଥିପାଇଁ ଜଣେ ଅଭିନେତ୍ରୀ ଓ ଜଣେ ନିର୍ଦ୍ଦେଶକଙ୍କୁ ଅକ୍ଟୋବର ମାସରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ(ଆଇଏସ୍‌ଏସ୍‌) ପଠାଯିବାର ଯୋଜନା ରହିଛି ।

ଚଳିତବର୍ଷ ଅକ୍ଟୋବର ୫ତାରିଖରେ ୩୬ ବର୍ଷୀୟ ଅଭିନେତ୍ରୀ ୟୁଲିଆ ପର୍ସି ଓ ୩୭ ବର୍ଷୀୟ ନିର୍ଦ୍ଦେଶକ କ୍ଲିମ୍ ସିପେଙ୍କୋ ଅନ୍ତରୀକ୍ଷ(ଆଇଏସ୍‌ଏସ୍‌) ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ସେମାନଙ୍କୁ ଜୁନ୍ ୧ତାରିଖଠାରୁ ସ୍ୱତନ୍ତ୍ର ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଅନ୍ତରୀକ୍ଷରେ ସୁଟ୍ ହେବାକୁ ଥିବା ଫିଲ୍ମର ଟାଇଟଲ୍ “ଚାଲେଂଜ” ରଖାଯାଇଛି । ଯାହାର ପ୍ରଯୋଜନା ଭାର ଚ୍ୟାନେଲ ୱାନ୍ ସମ୍ଭାଳିଥିବାବେଳେ ସହ-ପ୍ରଯୋଜକ ସାଜିଛନ୍ତି ଋଷିଆ ସ୍ପେସ୍ ଏଜନ୍ସିର ମୁଖ୍ୟ ଦିମିତ୍ରୀ ରୋଗଜିନ୍ ।

ସ୍ପେଶ୍ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ କରିବାରେ ଯଦି ଋଷିଆ ସଫଳ ହୁଏ । ଋଷିଆ ପ୍ରଥମ ଦେଶ ଭାବେ ଏପରି କିର୍ତ୍ତୀମାନ ସ୍ଥାପନ କରିବ । ଅନ୍ୟପଟେ ଗତବର୍ଷ ହଲିଉଡ ଅଭିନେତା ଟମ୍ କ୍ରୁଜଙ୍କୁ ନେଇ ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବାକୁ ନାସା(ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନ୍‌ଷ୍ଟ୍ରେସନ୍‌) ମଧ୍ୟ ଘୋଷଣା କରିଥିଲା ।

Leave A Reply

Your email address will not be published.