Latest Odisha News

ଗୁଜବସୃଷ୍ଟିକାରୀ ଆଜି ବଂଚି ଥାଉ ଥାଉ ପରେଶ ରାୱଲଙ୍କୁ ମାରିଦେଲେ

ମୁମ୍ବାଇ: ସୋସିଆଲ ସାଇଟରେ ଗୁଜବସୃଷ୍ଟିକାରୀ ବଂଚି ବଂଚି ଥାଉ ଥାଉ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମିଛରେ ମାରିଦେଉଛନ୍ତି । ଆଜି ବଲିଉଡ ଅଭିନେତା ପରେଶ ରାୱଲଙ୍କ ନାମରେ ଏ ଭଳି ଗୁଜବ ସୃଷ୍ଟି ହୋଇଥିଲା । ତେବେ ସେ ସୁସ୍ଥ ଅଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଜଣାପଡିଛି । ଅଳ୍ପ ଦିନ ମଧ୍ୟରେ ମୁକେଶ ଖାନ୍ନା, ଅରବିନ୍ଦ ତ୍ରିବେଦୀଙ୍କୁ ସେମାନେ ଗୁଜବରେ ମାରି ଦେଇଥିଲେ ।

ଏହି ଖବର ଜାଣିବା ପରେ ପରେଶ ରାୱଲ ଟୁଇଟରରେ ଭାଇରାଲ ହୋଇଥିବା ପୋଷ୍ଟକୁ କୋଟ କରି ଲେଖିଥିଲେ ଗଲତଫେହମୀ କେ ଲିୟେ ଖେଦ ହେ, କ୍ୟୁୟଁକି ମେ ତୋ ଆଜ ସୁବହ ୭ ବଜେ ଶୋୟା ଥା ।

Leave A Reply

Your email address will not be published.