Latest Odisha News

BREAKING NEWS

କବିତା : ସମ୍ପର୍କ

ଚର୍ଚ୍ଚିଲ ମହାକୁଳ

ସମ୍ପର୍କ ଯେ ତ୍ରିଅକ୍ଷର କେତେ ଯେ ମହତ୍ତ୍ୱ
ମୁଲ୍ୟ ତାର ବୁଝେ ନାହିଁ ଧନ୍ୟ ଏ ଜଗତ ।

ଭିଡ ବଢୁଥାଏ ସିନା ଦୁନିଆ ବୁକୁରେ
ତଥାପି ବି ନିଛାଟିଆ ଲାଗେ ଏ ସଂସାରେ ।

ଗର୍ବ ଅହଙ୍କାର ଏଠି ରୁହେ ଯେ ସର୍ବାଗ୍ରେ
ସମ୍ପର୍କ ଯେ ବଳି ପଡେ କ୍ରୋଧ ଦ୍ୱେଷ ଆଗେ ।

ମୈତ୍ରୀ ସ୍ଵଭାବ ଏଠି ଲୁପ୍ତ ପ୍ରାୟ ଆଜି
ମୁଖା ପିନ୍ଧି ବୁଲୁଥାନ୍ତି ବଇରି ଯେ ସାଜି ।

ଶୂନ୍ୟ ହୋଇ ଆସିଥିଲୁ ଯିବୁ ଶୂନ୍ୟ ହୋଇ
କାହିଁକି ଯେ ଏତେ ନାଟ କରୁଥାଉ ତୁହି ।

ଅର୍ଥ ଥାଇ ମନୁଷ୍ୟ ଯେ ଭିକାରି ସଦୃଶ୍ୟ
ସ୍ନେହ ପ୍ରେମ ଭଲପାଇବା ଏଠି ଯେ ଅଦୃଶ୍ୟ ।

ସମ୍ପର୍କ ଯେ ବହୁମୂଲ୍ୟ ସବୁଠୁ ଉର୍ଦ୍ଧରେ
କିଣି ହୁଏ ନାହିଁ ତାକୁ ଭାଙ୍ଗିଗଲେ ଥରେ ।

ସାଇତିକି ରଖିଥାଅ ଏ ଯେ ରତ୍ନ ହାର
ପ୍ରକୃତ ସମ୍ପତ୍ତି ଏହି ଦୁନିଆର ସାର ।

ପବିତ୍ର ସମ୍ପର୍କ ସେ ଯେ ଈଶ୍ୱରଙ୍କ ଦାନ
ପ୍ରକୃତରେ ସୁଖ ଶାନ୍ତି କରଇ ପ୍ରଦାନ ।

ପରିସ୍ଥିତି ମଧ୍ୟେ ପଡି ଭାଙ୍ଗିବନି ତାକୁ
କେବଳ ଏତିକି ପ୍ରାର୍ଥନା ମୋର ସମସ୍ତଙ୍କୁ ।

Leave A Reply

Your email address will not be published.