Latest Odisha News

BREAKING NEWS

ପୁସ୍ତକ ପରିଚୟ : ହୄଦୟକୁ ରାସ୍ତା

ହୄଦୟକୁ ରାସ୍ତା
ଗାଳ୍ପିକା : ଡ.ସୁଚିତ୍ରା ରଥ
ପ୍ରକାଶନ: ସାଇ ଯମୁନା ପବ୍ଲିକେଶନ୍ସ
ଝାଞ୍ଜିରୀମଙ୍ଗଳା, କଟକ
ମୂଲ୍ୟ : ୧୫୦ଟଙ୍କା
ପୄଷ୍ଠା: ୧୩୬

ଗାଳ୍ପିକା ଡକ୍ଟର ସୁଚିତ୍ରା ରଥଙ୍କ ଗଳ୍ପ ସଙ୍କଳନ ‘ହୄଦୟକୁ ରାସ୍ତା’ ବାଇଶିଟି ଗଳ୍ପକୁ ନେଇ ବେଶ୍ ପରିପୂର୍ଣ୍ଣ ତା’ ନିଜସ୍ବପଣରେ । ଯେମିତି ଶ୍ରୀମନ୍ଦିରରେ ବାଇଶିଟି ପାହାଚ ସେମାନଙ୍କ ମହନୀୟତାରେ ମହାନ, ସେମିତି ବାଇଶିଟି ଗଳ୍ପ ଜୀବନର ନାନା ରଙ୍ଗ, ଖଲ-ଢିପ, ଉଠାଣି-ଗଡାଣି, ପ୍ରେମ-ପ୍ରତ୍ଯୟ, ସଂଶୟ-ସମ୍ଭାବନାକୁ ନେଇ ବେଶ୍ ଚଳଚଞ୍ଚଳ ।

ପ୍ରଥମଗଳ୍ପ ‘ଧ୍ରୁବତାରା’ରୁ ବାଇଶିତମ ଗଳ୍ପ ‘ହୄଦୟକୁ ରାସ୍ତା’ ପାଠକକୁ ନିଜ ଭିତରେ ହଜେଇ ଦେବାରେ ଯେତିକି ବାଟ କଢେଇ ନେବ, ସେତିକି ଅନ୍ଯମନସ୍କ କରି ଦେବ ଛାଡି ଆସିଥିବା ପିଲାଦିନ, ଝୁରି ହେଉଥିବା ଯୌବନ ଆଉ କୁହୁଳୁଥିବା ବାସ୍ତବତାର ସମ୍ଯକ୍ ସନ୍ଦର୍ଶନରେ, ତା’ର ନରମ ପାଠକୀୟ ଛୁଆଁରେ । ଭୋଗୁଥିବା ଓ ଭୋଗି ସାରିଥିବା ଅନୁଭବ ଆଧାରରେ ସ୍ବପ୍ନଜିତ୍ ଯାଗାରେ ବିକିକୁ ସ୍ଥାନ ଦେବା(ଦୋଛକି), ଆଇନର ଅନ୍ଧପୁଟୁଳି ତଳେ ନ୍ଯାୟର ନିଃଶ୍ବାସ ଟିକକ କେତେ ଦୁର୍ଲଭ କୋଳରେ ଭଗ୍ନାଂଶ ଓ ହାତରେ ଛାଡପତ୍ର ଧରି ଅନୁଭବିବା (ଅନ୍ଧପୁଟୁଳି), ସମାଜର ଡାହାଳ ଆଖି ଆଗରେ ଆକ୍ତାମାକ୍ତା ଅନିର ଖର ନିଃଶ୍ବାସ ଓ ଭାଙ୍ଗିପଡୁଥିବା ବିଶ୍ବାସ (ନିଖୋଜ ଜହ୍ନର ଠିକଣା) ସତେ ଯେମିତି ଥମ୍ କରି ରଖି ଦେବ ପାଠକଙ୍କୁ କିଛି ସମୟ ପାଇଁ ।

ପ୍ରତିଟି ଗଳ୍ପ ସାମାଜିକ ଚଳଣି , ମୂଲ୍ଯବୋଧ ସର୍ବୋପରି ଜୀବନର ପ୍ରତିଟି ବିନ୍ଦୁମାନଙ୍କ ଛୁଆଁରେ ଯେତିକି ଛଳଛଳ ସେତିକି ପ୍ରାଞ୍ଜଳ ଓ ଆନନ୍ଦଦାୟୀ ।ପ୍ରତିଟି ପୄଷ୍ଠାରେ ଜୀବନକୁ ଅନୁଭବିବା ପରି ଆପଣାପଣ ଭରି ରହିଛି ‘ହୄଦୟକୁ ରାସ୍ତା’ରେ । ଗଳ୍ପ ସଙ୍କଳନଟି ତାର ବିଭବକୁ ନେଇ ବିପୁଳ ପାଠକୀୟ ଆଦୃତି ଲାଭ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.