Latest Odisha News

BREAKING NEWS

କବିତା : କାଳିଆ ସାଆନ୍ତେ ହୋ

ଡମ୍ବରୁଧର ବେହେରା 

କାଳିଆ ସାଆନ୍ତେ ଡାକନ୍ତି ସଭିଏଁ
ଧନୀ, ଦୀନ, ହିନ ଜନ
ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ
ଫେଡି ଯେ ‘ ଦୁଇ ନୟନ।।

ହରିବୋଲ ହୁରି ହୁଳହୁଳି ଡାକେ
ହରି ଥା’ନ୍ତ ଭକ୍ତ ମନ
ହେ ଚକା ନୟନ କରୁଣା ସାଗର
କପାଳେ ଦେଇ ଚନ୍ଦନ ।।

ମନ କି ବଳୁନି ସୁନା ବେଶ ଲାଗି
ଭକତେ ଆସନ୍ତେ ଧାଇଁ
ତୋ ଟଙ୍କ ତୋରାଣି ଅବଡା ଅଇଁଠା
ତୁଣ୍ଡରେ ଚାଖିବା ପାଇଁ।।

ମହାମାରୀ ଲାଗି ସ୍ତବ୍ଧ ସାରା ବିଶ୍ବ
ଚାରିଆଡେ ହାହାକାର
ଭୂତାଣୁ ନିମନ୍ତେ ଭକ୍ତ ହେଲେ ଦୂର
ରକ୍ଷା କର ନିରାକାର।।

କରେ ଧରିଥିବା ଚକ୍ର ପେଶି ପ୍ରଭୁ
କର ସମୂଳେ ବିନାଶ
ପତିତ ଉଦ୍ଧାର ପତିତ ପାବନ
ଦେଖିବୁ ସୁନାର ବେଶ।।

ନବୋଦୟ ବିଦ୍ୟାଳୟ
ସୁରଳ(ଗଞ୍ଜାମ)
ସମ୍ପର୍କ -୯୪୩୭୭୮୮୪୬୪

Comments are closed.